ମୁରିବାହାଳରେ ଜେଏମଏଫସି କୋର୍ଟ ଉଦଘାଟିତ

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ବଘାର
ମୁରିବାହାଲ(୧୪/୦୯): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ମୁଖ୍ୟାଳୟରେ ଶନିବାର ଦିନ ଜେଏମଏଫସି କୋର୍ଟ ଉଦଘାଟନ ହୋଇଯାଇଛି | ଫଳରେ ଅଞ୍ଚଳବାସୀ ଙ୍କ ବହୁଦିନର ସ୍ବପ୍ନ ସାକାର ହୋଇଛି |

ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲା ସେସନ କୋର୍ଟ ବିଚାରପତି ଶ୍ୟାମ ସୁନ୍ଦର ଦାସ କୋର୍ଟକୁ ଉଦ୍ଘାଟନ କରିଥିବା ବେଳେ ନବନିଯୁକ୍ତ ବିଚାରପତି ଲୋକନାଥ ମିଶ୍ର, ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା, ପୂର୍ବତନ ବିଧାୟକ ଆୟୁବ ଖାଁ, ବ୍ଲକ ଅଧ୍ୟକ୍ଷ ହଂସରଜ ଜୈନ, ଟିଟିଲାଗଡ଼, କଣ୍ଟାବାଞ୍ଜି, ସଇଁତଳାର ସମସ୍ତ ଆଇନଜୀବୀ, ପ୍ରେସ ମିଡ଼ିଆ, ବୁଦ୍ଧିଜୀବୀ ବ୍ଲକ ପଂଚାୟତର ନିର୍ବାଚିତ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ | ଆଦର୍ଶ ସ୍କୁଲ ର ଛାତ୍ରୀମାନେ ଦେଶାତ୍ମକ ବୋଧକ ଗୀତ ପରିବେଷଣ ସଫା ରଖିବା ଓ କୋର୍ଟର ମର୍ଯ୍ୟାଦା ରକ୍ଷା କରିବା ସହ ଆଦର୍ଶ କୋର୍ଟ ଯେପରି ହେବ ଉଦାହରଣ ହୋଇରହିବ ଚେଷ୍ଟା କରିବା ପାଇଁ କହିଥିଲେ | କେଶ ସଂଖ୍ୟା ବହୁ ପରିମାଣରେ ବଢୁଥିବା ଓ ନ୍ୟାୟ ଠିକ ସମୟରେ ମିଳି ପାରୁନଥିବାରୁ ସରକାର ସବୁ ବ୍ଲକ ରେ କୋର୍ଟ ଖୋଲିବାକୁ ଚିନ୍ତା କରୁଛନ୍ତି ବୋଲି ଦର୍ଶାଇଥିଲେ |

ମୁରିବାହାଲ କୋର୍ଟ ହେବା ଦ୍ୱାରା ସରକାରୀ ଓକିଲ ଅନୁଷ୍ଠାନ ମାନଙ୍କରେ ଲ ଅଫିସର ପରୀକ୍ଷା ଦେଇ ହୋଇପାରିବେ ଏବଂ ଆଇନର ସଂସ୍ପର୍ଶରେ ସବୁ ଦିଗରେ ଆସିପାରିବେ | ଲୋକଙ୍କ ବହୁଦିନର ସ୍ବପ୍ନ ସାକାର ହୋଇଥିବା ଓ ଉଦ୍ଘାଟନୀ ଉତ୍ସବରେ ବହୁ ସଂଖ୍ୟାରେ ଯୋଗ ଦେଇଥିବାରୁ ଲୋକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | କୋର୍ଟ ଖୋଲିବା ଦ୍ୱାରା ୨୨ଟି ପଞ୍ଚାୟତ ର ଜନସାଧାରଣ ତଥା ଥାନା ପୋଲିସ କୋର୍ଟ କାର୍ଯ୍ୟ ପାଇଁ କଣ୍ଟାବାଞ୍ଜି ଟିଟିଲାଗଡ଼ ଓ ସଇଁତଳା ଯିବାକୁ ପଡୁଥିଲା ବର୍ତ୍ତମାନ ସମସ୍ତେ ସମୟ ଓ ଖର୍ଚ୍ଚ ରୁ ବଂଚିତ ହେବା ସହ ସୁବିଧାରେ ନ୍ୟାୟ ପାଇପାରିବେ | ଓକିଲ ସଂଘର ସଭାପତି ବିଶ୍ୱନାରାୟଣ ବହିଦାର ସମ୍ପାଦକ ଜୟଦୀପ ପୁରୋହିତ, କୁମାର ଚନ୍ଦ୍ର ଖମାରି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ |

Comments are closed.