Friday, March 29, 2024

Top 5 This Week

Related Posts

ନବରାତ୍ରୀ ର ତୃତୀୟ ଦିନରେ ମାତା ସୁରେଶ୍ୱରୀଙ୍କ ଷୋଡ଼ଶୀ ବେଶ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୮/୯) : ନବରାତ୍ରୀ ର ତୃତୀୟ ଦିବସରେ ମାଁ ସୁରେଶ୍ୱରୀଙ୍କ ଷୋଡ଼ଶୀ (ତ୍ରିପୁରା ସୁନ୍ଦରୀ) ବେଶ ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ।

ନବରାତ୍ରୀ ର ତୃତୀୟ ଦିନରେ ମାତାଙ୍କ ଏହି ରୂପରେ ଅତ୍ୟନ୍ତ ଶାନ୍ତ ସ୍ୱରୂପ ଯୋଗୁଁ ଭୟମୁକ୍ତ ହୋଇ ଭକ୍ତବୃନ୍ଦ ମାଆଙ୍କ ପାଖକୁ କୃପା ଭିକ୍ଷା ସକାଶେ ପ୍ରାର୍ଥନା ଓ ପୂଜାର୍ଚ୍ଚନା ସକାଶେ ଆସୁଥିବା ଦେଖିବାକୁ ମିଳିଛି । ଏହି ରୂପରେ ମାଆଙ୍କୁ ଦର୍ଶନ କରିବା ଦ୍ୱାରା ମନରେ ଅପାର ଆତ୍ମସନ୍ତୋଷ ସହ ମନୋବାଞ୍ଛିତ ଆଶା ଓ ଆକାଂକ୍ଷା ପୂରଣ ହୋଇଥାଏ ବୋଲି ମଧ୍ୟ ବିଶ୍ୱାସ ରହିଅଛି ।

ପୌରାଣିକ କଥା ଅନୁଯାୟୀ ଭଣ୍ଡାସୁର ନାମକ ଅସୁର ର ଅତ୍ୟାଚାର ଓ ଦୌରାତ୍ମ୍ୟରୁ ରକ୍ଷା ସକାଶେ ଦେବରାଜ ଇନ୍ଦ୍ର ମଧ୍ୟ ମାତା ତ୍ରିପୁରା ସୁନ୍ଦରୀଙ୍କ ଆରାଧନା କରିଥିବା ଜଣାଯାଏ । ଉକ୍ତ ସମୟରେ ମାତା ଭଣ୍ଡାସୁରକୁ ବଧ କରି ଦେବତାମାନଙ୍କୁ ଭୟମୁକ୍ତ କରିଥିଲେ । ସେଥିପାଇଁ ନବରାତ୍ରୀ ସମୟରେ ମାଆଙ୍କ ଏହି ଶାନ୍ତ ସ୍ୱରୂପକୁ ଆରାଧନା ଓ ପୂଜାର୍ଚ୍ଚନା କରିବା ଦ୍ୱାରା ଭୟମୁକ୍ତ ଜୀବନ ମିଳିପାରିଥାଏ ବୋଲି ବିଶ୍ଵାସ ରହିଛି । ଏଣୁ ଏପରି ଦୁର୍ଲଭ ବେଶ ସବୁକୁ ସ୍ୱଚକ୍ଷୁରେ ଦର୍ଶନ କରି ଭକ୍ତମାନେ ବିମୋହିତ ହୋଇଥିବା ଲକ୍ଷ୍ୟ କରାଯାଇଛି ।

Popular Articles