Related Contents

ଘର ଭାଙ୍ଗି ଜଣେ ମୃତ, ସରକାରୀ ସହାୟତା ପାଇଁ ଦାବି

ରିପୋର୍ଟ: ଜଗବନ୍ଧୁ ସାହୁ
ସୋହେଲା(୧୪/୦୯): ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଘେଁସ ନିକଟସ୍ଥ ପେଟୁପାଲି ଗ୍ରାମରେ ଘରଭଙ୍ଗୀ ଚାପିହୋଇଯିବାରୁ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଛି | ମୃତ ବ୍ୟକ୍ତି ଜଣକ ପେଟୁପାଲି ଗ୍ରାମର ସୁକ୍ରୁ ରୋହିଦାସ(୪୨) ବୋଲି ଜଣାପଡିଛି |

ସୂଚନା ମୁତାବକ ଶୁକ୍ରବାର ଅପରାହ୍ନରେ ସୁକ୍ରୁ ଗାଁ ଦାଣ୍ଡରେ ଚାଲିଚାଲି ଯାଉଥିବା ସମୟରେ ରାସ୍ତା ଲାଗି ପଡୋଶୀ ଘରର ଏକ ଦୁର୍ବଳ ହୋଇପଡିଥିବା ଘରର କାନ୍ଥ ହଠାତ ଭୁଶୁଡିପଡିଥିଲା ଏବଂ ସୁକ୍ରୁ ଚାପି ହୋଇଯାଇଥିଲା | ପାଖରେ ଲୋକେ ସୁକ୍ରୁ ଦେହରେ ପଡିଥିବା ଇଟା, ମାଟି, ଖପର ସବୁ ହଟାଇ ବାହାର କରିବା ବେଳକୁ ତାର ପ୍ରାଣବାୟୁ ଆଉ ନ ଥିଲା | ଖବର ପାଇଁ ମେଲ୍ରେଛାମୁଣ୍ଡା ପୋଲିସ ଏବଂ ଘେଁସ ରାଜସ୍ବ ନିରୀକ୍ଷକ ଘଟଣା ସ୍ଥଳକୁ ପହଂଚି ଶବଟିକୁ ଉଦ୍ଧାର କରି ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଏକ ମାମଲା ରୁଜୁ କରିଥିଲେ | ଶନିବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | ମୃତ ବ୍ୟକ୍ତି ସୁକ୍ରୁ ତାଙ୍କ ପଛକୁ ତାଙ୍କ ବୃଦ୍ଧା ମା, ବାପା, ଦୁଇ ପୁଅ ଓ ସ୍ତ୍ରୀକୁ ଛାଡି ଯାଇଛନ୍ତି | ପରିବାର ପୋଷଣ ପାଇଁ ସେ ମାତ୍ର ଏକ ସହଭାରାସ ଥିବାରୁ ବର୍ତ୍ତମାନ ତାଙ୍କ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି | ଗରିବ ଅସହ୍ୟ ପରିବାରକୁ ସରକାରୀ ସହାୟତା ଦେବାପାଇଁ ଗ୍ରାମବାସୀଙ୍କ ଦାବି ରହିଛି |

Comments are closed.