ବିଜେପିର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ପର୍ବ ପାଳିତ

ରିପୋର୍ଟ: ନିରୋଜ ପାଣି
ପଦ୍ମପୁର(୧୩/୦୯): ଆଜି ପଦ୍ମପୁର କଲ୍ୟାଣ ମଣ୍ଡପଠାରେ ଭାରତୀୟ ଜନତା ପାର୍ଟି ବରଗଡ଼ ଜିଲ୍ଲାର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟାର ପ୍ରସ୍ତୁତ ବୈଠକ ଜିଲ୍ଲା ସଭାପତି ଡ଼. ଅରୂପାନନ୍ଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି |

ଉକ୍ତ ବୈଠକ ରାଷ୍ଟ୍ରୀୟ ସଦସ୍ୟତା ଅଭିଯାନର ସହ ସଂଗଠନ ତଥା ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀ ଯୋଗ ଦେଇ କାର୍ଯ୍ୟକର୍ତ୍ତାମାନଙ୍କୁ ଅଧିକ କ୍ରିୟାଶୀଳ ହୋଇ ସାଙ୍ଗଠନିକ କାମକୁ ତ୍ୱରାନ୍ୱିତ କରିବାକୁ ଉପଦେଶ ଦେଇଥିଲେ | ବୈଠକ ରେ ସ୍ଥାନୀୟ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ରାଜ୍ୟ ସହ ସଂଗଠନ ମନ୍ତ୍ରୀ ଅଭିତାଭ ଚକ୍ରବର୍ତ୍ତୀ, ରାଜ୍ୟ ଉପସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ଜିଲ୍ଲା ନିର୍ବାଚନ ଅଧିକାରୀ ଆର୍ତ୍ତତ୍ରାଣ ମହାପାତ୍ର, ହୋମସିଂହ ମାଝୀ ସ୍ଥାନୀୟ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ ମଂଚାସୀନ ରହିବ ସହ ବରଗଡ଼ ଜିଲ୍ଲା ସମସ୍ତ ମଣ୍ଡଳ ସଭାପତି, ନିର୍ବାଚନ ଅଧିକାରୀ ଏବଂ ବରିଷ୍ଠ କାର୍ଯ୍ୟକର୍ତ୍ତା ଗାନ ଯୋଗଦେଇଥିଲେ | ବୋରାସମ୍ବର ବ୍ଲକ ଅଧ୍ୟକ୍ଷା କୁମାର ମାନି ନାୟକ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିବା ସହ ଜିଲ୍ଲା ସାଧାରଣ ସମ୍ପାଦକ ରବିନାରାୟଣ ଦାସ ସଭାକାର୍ଯ୍ୟରେ ସ୍ୱାଗତ ଭାଷଣ ଦେଇଥିଲେ |

Comments are closed.