ଗୁଣୁପୁର ପୋଲିସର ବଡ଼ ସଫଳତା

ରିପୋର୍ଟ: ପ୍ରଦୀପ କୁମାର ପାତ୍ର
ଗୁଣୁପୁର(୧୪/୦୯): ରାୟଗଡା ଏସପିଙ୍କ ନିର୍ଦ୍ଦେଶ କ୍ରମେ ଗୁଣୁପୁର ପୋଲିସ କଇଠପଦର ଗ୍ରାମର ଏକ ନବନିର୍ମିତ ଘରେ ଜୁଆ ଖେଳ ଚାଲୁଥିବା ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ ।

ଚଢ଼ାଉରେ ଗୁଣୁପୁର ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ,ରାଜ କିଶୋର ବେହେରାଙ୍କ ସମେତ କିଛି ପୋଲିସ କର୍ମଚାରୀଙ୍କ ଦ୍ଵାରା ଚଢ଼ାଉ କରି ୬ଜଣ ଜୁଆଡିଙ୍କୁ ଗିରଫ କରି ୧,୪୮,୪୫୦ ଟଙ୍କା ସହ ୬ ମୋବାଇଲ,୪ ମୋଟର ସାଇକେଲ,ଗୋଟିଏ ଅଟୋ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଆନ୍ଧ୍ରର ବି ଅନନ୍ତ କୁମାର, ଜି. କ୍ରିଷ୍ଣା ରାଓ, ଗୁଣୁପୁର ଏମ୍. ମଦନ ମୋହନ ଓ ସୁଦର୍ଶନ ପଣ୍ଡା ଓ ପଦ୍ମପୁରର ପ୍ରମୋଦ ପଣ୍ଡା ଓ ଅରୁଣ ପଟ୍ଟନାୟକ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗୁଣୁପୁର ଏସ୍ଡିପିଓ ରାଜ କିଶୋର ଦାସ ସୂଚନା ଦେଇଛନ୍ତି ଓ ଆଜି ଏହି ଜୁଆଡି ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି । ଆଗକୁ ଦଶହରା ଓ କୁମାର ପୂର୍ଣ୍ଣିମା ଥିବାରୁ ଚଢ଼ାଉ ଜାରି ରହିବ ବୋଲି ମଧ୍ୟ କହିଛନ୍ତି ।

Comments are closed.