ବୈପାରୀଗୁଡା ଥାନା ଅଧିକାରୀ ଭାବେ ଦାଇତ୍ୱ ନେଲେ ମହେନ୍ଦ୍ର କୁମାର ସାହୁ

ରିପୋର୍ଟ: ଏନ ସନ୍ତୋଷ କୁମାର
ବୈପାରିଗୁଡା(୧୪/୦୯): କୋରାପୁଟ ଜିଲ୍ଲାର ବୈପାରିଗୁଡା ଥାନାରେ ନୂତନ ଥାନା ଅଧିକାରୀ ଭାବେ ମହେନ୍ଦ୍ର କୁମାର ସାହୁ ଯୋଗଦାନ କରିବା ସହ କାର୍ଯ୍ୟଭାର ଗ୍ରହଣ କରିଛନ୍ତି | ଏହା ପୂର୍ବରୁ ସେ ବ୍ରହ୍ମପୁର ଟାଉନ ଥାନାର ଜଣେ ଦକ୍ଷ ଅଧିକାରୀ ଭାବେ କାର୍ଯ୍ୟ ତୁଲାଉ ଥିବା ଜଣାପଡ଼ିଛି |

ତେବେ ବୈପାରିଗୁଡା ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ସାଙ୍ଗକୁ ଜନସାଧାରଣ ଏବଂ ପୋଲିସ ବିଭାଗ ମଧ୍ୟରେ ସୁସମନ୍ୱୟ ରକ୍ଷା କରି ଉପଯୁକ୍ତ ଆଇନ ସେବା ଯୋଗାଇଦେବେ ବୋଲି ପ୍ରକାଶ କରିଛନ୍ତି | ସେ ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ ଥିଲେ | ସେଠାରୁ ବଦଳି ହୋଇ ଆସିବା ପରେ ଏହି ଥାନାର ଆଇ ଆଇ ସି ଭାବେ ନିଯୁକ୍ତ ହୋଇଛନ୍ତି | ଏହି ଅବସରରେ ଥାନାର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ,ଗଣମାଧ୍ୟମ ପ୍ରତିନିଧି ତଥା ବୁଦ୍ଧିଜୀବୀ ସୌଜନ୍ୟ ମୂଳକ ସାକ୍ଷାତ କରି ତାଙ୍କୁ ସ୍ୱାଗତ ତଥା ଶୁଭେଚ୍ଛା ଜଣାଇଛନ୍ତି |

Comments are closed.