Friday, March 29, 2024

Top 5 This Week

Related Posts

ସ୍ୱଚ୍ଛ ଓଡ଼ିଶା ସୁସ୍ଥ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୭/୯) : ସ୍ୱଚ୍ଛ ଓଡ଼ିଶା ଓ ସୁସ୍ଥ ଓଡ଼ିଶା ନାରା ଦେଇ ଆଜି ଏକ ସଚେତନତା କାର୍ଯ୍ୟକ୍ରମ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ବାରଣାସୀ ହାଇସ୍କୁଲ ର ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଯାଉଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ କାଶୀନଗର ସ୍ଥିତ ସମ୍ବଳ କେନ୍ଦ୍ର ଠାରେ ସ୍ୱଚ୍ଛ ଓଡ଼ିଶା ଓ ସୁସ୍ଥ ଓଡ଼ିଶା ନାରା ଦେଇ ହାଇସ୍କୁଲ ର ନବମ ଶ୍ରେଣୀ ଛାତ୍ର ଓ ଛାତ୍ରୀ ଙ୍କ ସହ ପ୍ରଧାନ ଶିକ୍ଷକ ଶ୍ରୀ ସୁଶୀଲ କୁମାର ପଣ୍ଡା, ଖେଳ ଶିକ୍ଷକ ମଧୁ ସାର, ଇଂରାଜୀ ଶିକ୍ଷକ ମଧୁ, ବିଜ୍ଞାନ ଶିକ୍ଷୟତ୍ରୀ ଧନଲକ୍ଷ୍ମୀ ନିଜ ବିଦ୍ୟାଳୟ ର ପିଲାଙ୍କୁ ପର୍ଯ୍ୟବେକ୍ଷଣ ଶ୍ରେଣୀ ମାଧ୍ୟମରେ ସହର ରୁ ବାହାରୁଥିବା ଆବର୍ଜନାକୁ କିଭଳି ଖତ ପ୍ରସ୍ତୁତି କରାଯାଉଛି, ସେ ନେଇ ସଚେତନ ବାର୍ତ୍ତା ଦେବା ସହ ଯେତେ ସ୍ୱଚ୍ଛତା ଆମେ ରହିବା ସେତିକି ସୁସ୍ଥ ରହିବା ବୋଲି ଆଲୋଚନାରେ ଭାଗ ନେଇ ନୂତନ ନିର୍ବାହୀ ଅଧିକାରୀ ଶ୍ରୀ ଜୁବିଲି ବେହେରା ପିଲା ମାନଙ୍କୁ ଉଦବୋଧନ ଦେଇଥିଲେ ।

ପୌର ଅଧ୍ୟାକ୍ଷା ଶ୍ରୀମତୀ ଏମ. ସୁଧା ରାଣୀ, ଉପାଧ୍ୟକ୍ଷ ଶ୍ରୀ ରଘୁରାମ ସାହୁ ଛାତ୍ର ଓ ଛାତ୍ରୀଙ୍କୁ ବିଭିନ୍ନ ବିଷୟରେ ପ୍ରତ୍ୟେକ୍ଷ ଜ୍ଞାନ ଅର୍ଜନ କଲେ ଏହା ଚିର ଦିନ ଆମ ମନରେ ରହିବ ବୋଲି କହିଥିଲେ । ପିଲାମାନଙ୍କୁ ପ୍ଲାଣ୍ଟ ବୁଲାଇ ଦେଖାଯାଇଥିଲା । ଛାତ୍ର ଛାତ୍ରୀ ବି ଏହା ଦେଖିବା ପରେ ଖୁସି ପ୍ରକଟ କରିଥିଲେ । ଶ୍ରୀ ବେହେରା ଦାଇତ୍ୱ ନେବା ପରେ ଏହା ପ୍ରଥମ କାର୍ଯ୍ୟକ୍ରମ ଥିଲା ।

Popular Articles