Related Contents

ଲଗାଣ ବର୍ଷା ଯୋଗୁଁ ଧୋଇଗଲା ଲୁହୁରାକୋଟ ପୋଲ, ପାଇକମାଳ

ରିପୋର୍ଟ: ନିରୋଜ ପାଣି
ପାଇକମାଳ(୧୩/୦୯): ବରଗଡ଼ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଆଜି କିଛିଟା ଥମି ଥିଲେ ମଧ୍ୟ ପାଣି ସ୍ରୋତରେ ଗୋଟେ ଚାରିମାସିଆ ପୋଲ ଧୋଇଯିବାରୁ ବର୍ଷା ପ୍ରକୋପ ସହ ନିର୍ମାଣ କାର୍ଯ୍ୟର ମାନକ ନେଇ ଚର୍ଚ୍ଚାର ଖୋରାକ ଯୋଗାଇଛି | ଏଭଳି ଘଟଣା ଦେଖିବାକୁ ମିଳିଛି ଜିଲ୍ଲାର ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଚର୍ଦ୍ଦାପାଳି ଗ୍ରାମ ପଂଚାୟତର ଲୁହୁରାକୋଟ ଅଂଚଳରେ |

ଲୁହୁରାକୋଟ ରୁ ଝାରବନ୍ଧ ବ୍ଲକ୍ର ନୂଆପଡ଼ାକୁ ଯୋଡ଼ୁଥିବା ରାସ୍ତାରେ ପଡୁଥିବା ଚିରାଗ ନାଳ ଉପରେ ତିଆରିକରଯାଇଥିବା ପୋଲ ବର୍ଷାରେ ଧୋଇଯାଇଛି | ଆବଶ୍ୟକତା ଥିବା ଅଂଚଳରେ ଏଭଳି ପୋଲ ତିଆରି କରାଯାଉନଥିବା ସମୟରେ ଛତିଶଗଡ଼ ସୀମାକୁ ଆଉ ୨-୪କିମି ଥିବା ଏହି ନାଳ ଉପରେ ବ୍ରିଜ କାହିଁକି ଦରକାର ପଡିଲା ବୋଲି ସେତେବେଳେ ପ୍ରଶ୍ନ ଉଠିଥିଲା | ହେଲେ ଲଘୁଚାପ ଜନିତ ବର୍ଷା ଧୋଇଯିବା ପରେ ଏହା ଅନେକ ସନ୍ଦେହକୁ ଇନ୍ଧନ ଯୋଗାଇଛି |ଛତିଶଗଡ଼କୁ ବାଳି ଚାଲାଣ ପାଇଁ ଏହି ରାସ୍ତା ବ୍ୟବହାର କରାଯାଉଥିବା ବେଳେ ଉଭୟ ବାଳି ଚାଲାଣ ଓ ପୋଲ ନିର୍ମାଣକୁ ସ୍ଥାନୀୟ ଲୋକେ ଆପତ୍ତି କରିଥିଲେ ମଧ୍ୟ କୌଣସି ଲାଭ ମିଳିନଥିଲା | ତେବେ ଆରମ୍ଭ ହେବାର ମାତ୍ର ୪ମାସ ପରେ ପୋଲଟି ଧୋଇଯାଇଥିବାରୁ ଏହାର ବିଧିବଦ୍ଧ ଯାଞ୍ଚ କରାଯାଉ ଓ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଜନସାଧାରଣ ଦାବି ଜଣାଇଛନ୍ତି |

Comments are closed.