ମତ୍ସ୍ୟ ସମ୍ପଦ ବିକାଶ ଓ ଉତ୍ପାଦନ ବୃଦ୍ଧି ନିମନ୍ତେ ଉନ୍ନତ ମାଛ ଜାଆଁଳା ଛାଡିବା କାର୍ଯ୍ୟକ୍ରମ

0
108
ମତ୍ସ୍ୟ ସମ୍ପଦ ବିକାଶ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୭/୯) : ଜିଲ୍ଲା ର ମତ୍ସ୍ୟଜୀବି ଙ୍କ ଜୀବନ ଜୀବିକାର ଉନ୍ନତି ତଥା ଆର୍ଥିକ ପ୍ରଗତିରେ ବିକାଶ ଆଣିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ମତ୍ସ୍ୟ ବିଭାଗ ସୁବର୍ଣ୍ଣପୁର ତରଫରୁ ଆଜି ମହାନଦୀ ର ରାମେଶ୍ୱର ସଙ୍ଗମ ତଥା ତେନ୍ତୁଳିଘାଟରେ ମତ୍ସ୍ୟ ସମ୍ପଦ ବିକାଶ ଓ ଉତ୍ପାଦନ ବୃଦ୍ଧି ନିମନ୍ତେ ଦଶ ଲକ୍ଷ ଉନ୍ନତ ମାଛ ଜାଆଁଳା ଅତିଥିବୃନ୍ଦ ଙ୍କ କରକମଳରେ ଛଡା ଯାଇଛି ।WhatsApp Image 2022 09 28 at 9.34.49 AM 1 ମତ୍ସ୍ୟ ସମ୍ପଦ ବିକାଶ ଓ ଉତ୍ପାଦନ ବୃଦ୍ଧି ନିମନ୍ତେ ଉନ୍ନତ ମାଛ ଜାଆଁଳା ଛାଡିବା କାର୍ଯ୍ୟକ୍ରମ

ଜିଲ୍ଲା ସର୍କିଟ ହାଉସ ଠାରେ ଅନୁଷ୍ଠିତ ମତ୍ସ୍ୟ ସମ୍ପଦ ବିକାଶ ଓ ଉତ୍ପାଦନ ବୃଦ୍ଧି ନିମନ୍ତେ ଉନ୍ନତ ମାଛ ଜାଆଁଳା ଛାଡିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା, ସମ୍ମାନିତ ଅତିଥି ଭାବେ ସୂର୍ଯ୍ୟନାରାୟଣ ଦାଶ, ଜି ଏମ ପି ସି କଲଚର ଡଭଲପମେଣ୍ଟ କର୍ପୋରେସନ ଭୁବନେଶ୍ୱର, ସୁବ୍ରତ କୁମାର ଦାଶ, ଉପନିର୍ଦ୍ଦେଶକ ମତ୍ସ୍ୟ ସମ୍ପଦ ବିଭାଗ ବଲାଙ୍ଗୀର ନିଲାମ୍ବର କୀଳିକା ପ୍ରମୁଖ ଯୋଗଦାନ କରିଥିବା ବେଳେ, ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁବର୍ଣ୍ଣପୁର ପ୍ରସନ୍ନ କୁମାର ପଟ୍ଟନାୟକ ସଭାପତିତ୍ୱ କରିଥିଲେ ।

ଅତିଥି ବୃନ୍ଦ ଏହି କାର୍ଯ୍ୟକ୍ରମ ଆଭିମୁଖ୍ୟ ଓ ଆବଶ୍ୟକତା ଉପରେ ଆଲୋକପାତ କରିବା ସହ ଏହା ଦ୍ୱାରା ମହାନଦୀ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜିବୀ ପରିବାର ବହୁଳ ଉପକୃତ ହେବା ସହିତ ସେମାନଙ୍କ ଜୀବନ ଜୀବିକାରେ ଉନ୍ନତି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ମାତ୍ର ଏଥିନିମନ୍ତେ ସମସ୍ତ ମତ୍ସ୍ୟଜିବୀ ଏକଜୁଟ ହୋଇ ନଦୀରେ ଛଡା ଯାଉଥିବା ମାଛ ମାନଙ୍କ ନିମନ୍ତେ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ଅତିଥିବୃନ୍ଦ ।

ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ସହର ର ତଥା ଜିଲ୍ଲା ର ମତ୍ସ୍ୟଜିବୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଗତ ବର୍ଷ ଏହି ସମୟରେ ବିଭାଗ ତରଫରୁ ମହାନଦୀରେ ୭ ଲକ୍ଷ ମାଛ ଜାଆଁଳା ଛଡା ଯାଇଥିଲା ଏବଂ ତାହା ଜିଲ୍ଲା ର ମତ୍ସ୍ୟଜୀବିଙ୍କ ପାଇଁ ବିଶେଷ ଲାଭପ୍ରଦ ହୋଇଥିବା ନିଜ ନିଜର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଉପସ୍ଥିତ ମତ୍ସ୍ୟଜିବୀ ପ୍ରମୁଖ ।