ପଦ୍ମପୁରରେ ସୌଂଢ଼ୀକ ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ

ରିପୋର୍ଟ: ନିରୋଜ ପାଣି
ପଦ୍ମପୁର(୧୩/୦୯): ଆଜି ଶୁକ୍ରବାର ଦିନ ପଦ୍ମପୁର ପୁରୋହିତ କଲ୍ୟାଣ ମଣ୍ଡପ ଠାରେ ରାଜବୋରାସମ୍ବର ସୌଂଢ଼ୀକ ସମାଜର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ସ୍ଥାୟୀ ସଭାପତି ଶ୍ରୀ ତୁଲାରାମ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା |

ଏହି ସଭାରେ ପ୍ରାୟ ୫୦୦ ରୁ ଉର୍ଦ୍ଧ ସମାଜର ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ | ସଭାରେ ସମାଜର ବିଭିନ୍ନ ସଂସ୍କାର ମୂଳକ ପଦକ୍ଷେପ ତଥା ସାମୁହିକ ବିକାଶ ଉପରେ ଆଲୋଚନା କରିଥିଲେ | ଆଲୋଚନାରେ ଶ୍ରୀ ଟଙ୍କଧର ବେହେରା, ସୁକଲ ବେହେରା, ଜଗତ ବେହେରା, ଶକ୍ରାଜିତ ବେହେରା, ରମେଶଚନ୍ଦ୍ର ବେହେରା, ଚନ୍ଦ୍ରକୁମାର ବେହେରା, ବିନୋଦବିହାରୀ ବେହେରା, ହୃଦାମଣି ବେହେରା, ମହାବୀର ବେହେରା, ମହାଦେବ ବେହେରା, ଡୁବରାଜ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ | ସର୍ବଶେଷରେ ସମ୍ପାଦକ ଆନନ୍ଦ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରି ସଭା କାର୍ଯ୍ୟ ସାଙ୍ଗ କରାଯାଇଥିଲା |

Comments are closed.