Related Contents

ଚାଲିଚାଲି ଯାଉଥିବା ସମୟରେ ଗାଡି ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ

ରିପୋର୍ଟ: ମଣ୍ଟି ଖରା
ଲକ୍ଷ୍ମୀପୁର(୧୩/୦୯): ଚଲାପଥରେ ଅଚାନକ ମୃତ୍ୟୁକୁ ସାମ୍ନା କରିଲେ ଦୁଇଜଣ ବ୍ୟକ୍ତି । ଟୁଟୁଓ୍ବା ଗ୍ରାମର ବିକାଶ ମିଣ୍ୟାକା(୨୭) ଏବଂସାନମିନାପାଇ ଗ୍ରାମର ସାହୁ ପ୍ରେପେକା (୨୬) | ସୂଚନା ଅନୁଯାୟୀ ଏହି ଦୁଇଜଣ ସାଙ୍ଗହୋଇ ରାୟଗଡା ଜିଲ୍ଲା କୁଟୁଳୀ ପଞ୍ଚାୟତକୁ କାର୍ଡ ଚାଉଳ ଆଣିବାକୁ ନିଜ ଗ୍ରାମଠାରୁ ୩୫କିମି ଚାଲିଚାଲି ଯାଉଥିବା ସମୟରେ ଏକ ଇନୋବା ଧଳା ଗାଡି ଦୁଇ ଜଣଙ୍କୁ ଧକ୍କା ଦେଇ ଚାଲିଯାଇଛି ।

ଇନୋବା ଗାଡି କୋରାପୁଟଠାରୁ ରାୟଗଡା ଅଭିମୁଖେ ଯାଉଥିଲା । ଗାଡି ଧକ୍କା ଫଳରେ ଦୁର୍ଘଟଣା ସ୍ଥଳରେ ହିଁ ଦୁଇଜଣଙ୍କ ପ୍ରାଣ ଚାଲିଗଲା । ସେହି ରାସ୍ତାରେ ଯିବାଆସିବା ଲୋକ ଦୃଘଟଣା ଦେଖି କୁମ୍ବିକଟା ପୋଲିସକୁ ଜଣାଇଥିଲେ । କୁମ୍ବିକଟା ପୋଲିସ ପହଂଚି ମୃତ୍ୟୁବ୍ୟକ୍ତିଙ୍କର ଶବ ଉଠାଇବାକୁ ଉଦ୍ୟମ କରୁଥିଲେ ହେଲେ କିଛି ପ୍ରତ୍ୟକ୍ଷ ଦର୍ଶି ମାନେ ଶବ ନ ନେବା ପାଇଁ ପୋଲିସକୁ କହିଥିଲେ । କାରଣ ଗାଡିଟିକୁ ଚିହ୍ନଟ କରି ଶବ ନିଆଯାଉ ବୋଲି ଦାବି କରିଥିଲେ | ବିକାଶର ସ୍ତ୍ରୀ ସହ ଏକ ୬ମାସର ଛୁଆ ଥିବାରୁ ସେ ଜୀଦ୍ ରେ ଅଟଳ ଥିଲେ ଯେ ତାଙ୍କର ଭରଣା ପୋଷଣ ପାଇଁ ଗାଡି ମାଲିକ ଆସୁ ବୋଲି କହିଥିଲେ |

Comments are closed.