ପତରାପାଲି ଠାରେ ଏସଏଜଜି ତାଲିମ ଶିବିର

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ବଘାର
ମୁରିବାହାଲ(୧୩/୦୯): ମୁରିବାହାଲ ବ୍ଲକ ଅନ୍ତର୍ଗତ ପତରାପାଲି ପଂଚାୟତର ପତରାପାଲି ଗ୍ରାମ ଠାରେ ଏସଏଜଜି ତାଲିମ ଶିବିର ନାବାର୍ଡ ବଲାଙ୍ଗୀର ଓ ଚକାଡୋଳା ସ୍ବେଚ୍ଛାସେବୀ ଅନୁଷ୍ଠାନର ମିଳିତ ଅନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା |

ଏହି ଶିବିର ଆଶିଷ ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ନାବାର୍ଡର ଡ଼ିଡ଼ିଏମ ଲକ୍ଷ୍ମଣ ସୋଏ, ସମ୍ମାନିତ ଅତିଥି ଭାବେ ଯୁଧିଷ୍ଠିର ଭାରସଗାରିଆ ଓ ବ୍ୟାଙ୍କ ତାଲିମ ଦାତା ଭାବେ ଦୋଳେଶ୍ୱର କିସାନ ଯୋଗ ଦେଇଥିଲେ | ବ୍ୟାଙ୍କ ସହ ଭଲ ସମ୍ପର୍କ ଋଣ ଦେବା ନେବା ସହ ଗୋଷ୍ଠୀ ଉନ୍ନୟନ ଉପରେ ତାଲିମ ଦିଆଯାଇଥିଲା | ଚକ୍ରାୟୁଥ ଖମାରି, ନିରାକାର ରଣା, ସୁକାନ୍ତି ଭୋଇ, ରିତା ନିହି ସହଯୋଗ କରିଥିଲେ | ଶେଷରେ ଜିତେନ୍ଦ୍ରିୟ ଖମାରି ଧନ୍ୟବାଦ ଅର୍ପଣ କରିଥିଲେ |

Comments are closed.