ମାଲକାନଗିରିରେ ପ୍ଲାଷ୍ଟିକ ଅଣ୍ଡା ବିକ୍ରି ଉପରେ ଲୋକେ ଆତଙ୍କିତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ
ମାଲକାନଗିରି (୧୩/୦୯): ମାଲକାନଗିରି ବଜାରରେ ପ୍ଲାଷ୍ଟିକ୍ ଅଣ୍ଡା ମିଳିଥିବା ଏବେ ସେଠାରେ ଚର୍ଚ୍ଚାର ବିଷୟ ପାଲିଟିଛି । ସୂଚନା ଅନୁଯାୟୀ ସ୍ଥାନୀୟ ବୁଟିଗୁଡା ନିକଟସ୍ଥ ହାଇଟେକ୍ କଲୋନିର ଦିଗାମ୍ବର ବେହେରା ନାମକ ଜଣେ ବ୍ୟକ୍ତି ଆଜି ସକାଳେ ନିକଟସ୍ଥ ଏକ ଗ୍ରୋସରି ଦୋକାନରୁ ୪ଟି ଅଣ୍ଡା କିଣିଥିଲେ ।

ସେଥି ଭିତରୁ ତିନିଟି ପ୍ଲାଷ୍ଟିକ୍ ଅଣ୍ଡା ଥିବା ଜଣାପଡ଼ିଛି । ଏହି ପ୍ଲାଷ୍ଟିକ୍ ଅଣ୍ଡାର କେଶର ହାତରେ ଧରିଲେ ଝୁଲି ରହୁଛି ଖାଲି ସେତିକି ନୁହେଁ ଏହି ଅଣ୍ଡାଗୁଡ଼ିକର ଆକାର ଆଣ୍ଡାକୃତି ବଦଳରେ ପ୍ଲାଷ୍ଟିକ୍ ଅଣ୍ଡାଗୁଡ଼ିକ ଗୋଲ୍ ଦେଖାଯାଉଛି । ଏହି ସଂପର୍କରେ ଦୋକାନୀଙ୍କୁ ପଚରାଯିବାରୁ ସେ କହିଥିଲେ ଯେ ହୋଲସେଲ ଦୋକାନରୁ ସେ କିଣିଛନ୍ତି । ଏହାକୁ ନେଇ ସାରା ଜିଲ୍ଲାରେ ଆତଙ୍କ ଖେଳିଯାଇଛି । କାରଣ ସ୍କୁଲମାନଙ୍କର ମଧ୍ୟାହ୍ନ ଭୋଜନରେ ଏବଂ ଅଙ୍ଗନବାଡ଼ି ମାନଙ୍କରେ ବି ଅଣ୍ଡା ଖାଇବାକୁ ଦିଆଯାଉଛି । ଅପରପକ୍ଷରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପ୍ରଶାସନ ଖାଦ୍ୟ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇନାହିଁ ।

Comments are closed.