Friday, March 29, 2024

Top 5 This Week

Related Posts

ନବରାତ୍ରି ର ଦ୍ୱିତୀୟ ଦିନରେ ମାତା ସୁରେଶ୍ୱରୀ ଙ୍କ ତାରା ବେଶ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୭/୯) : ନବରାତ୍ରି ର ଦ୍ୱିତୀୟ ଦିନରେ ଆଜି ଇଷ୍ଟଦେବୀ ମାଁ ସୁରେଶ୍ୱରୀ ତାରା ବେଶରେ ଭକ୍ତବୃନ୍ଦଙ୍କୁ ଦର୍ଶନ ଦେଉଛନ୍ତି ।

ତାରା ହେଉଛନ୍ତି ତନ୍ତ୍ରପୂଜାର ମୁଖ୍ୟଦେବୀ । ସେଥିପାଇଁ ନବରାତ୍ରି ର ଦ୍ୱିତୀୟ ଦିନରେ ମାଁ ଙ୍କୁ ଏହି ରୂପରେ ବିଧିପୂର୍ବକ ପୂଜାର୍ଚ୍ଚନା ତଥା ଦର୍ଶନ କଲେ ଆର୍ଥିକ ସ୍ୱଚ୍ଛଳତା ଏବଂ ମୋକ୍ଷପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଅଛି । ମାତା ତାରାଙ୍କୁ ଏହି ଧରା ପୃଷ୍ଠରେ ସର୍ବପ୍ରଥମେ ଏହି ରୂପରେ ମହର୍ଷି ବଶିଷ୍ଠ ଆରାଧନା କରିଥିବା କଥା ପୌରାଣିକ ତଥ୍ୟାବଳୀରୁ ଜଣାଯାଏ । ଆହୁରି ମଧ୍ୟ ଜଣାଯାଏ ଯେ ମାତାଙ୍କୁ ଆରାଧନା ଫଳରେ ମାତା ସମସ୍ତ ପ୍ରକାରର ଦୁଃଖ ଦୁର୍ଦ୍ଦଶା ତାଡନା ଯନ୍ତ୍ରଣାରୁ ମୁକ୍ତି ପ୍ରଦାନ କରୁଥିବାରୁ ତାଙ୍କୁ ତାରା କୁହା ଯାଉଥିବା କଥା ମଧ୍ୟ କୁହାଯାଇଅଛି ।

ସେଥିପାଇଁ ଏହି ନବରାତ୍ରୀ ଅବସରରେ ମାତାଙ୍କ ପୂଜାର୍ଚ୍ଚନା ଓ ଆରାଧନା ଓ ମାତା ସୁରେଶ୍ୱରୀ ଧାରଣ କରୁଥିବା ବେଶସବୁ ଦେଖିବା ପାଇଁ ପବିତ୍ର ଦେବ ଭୂମି ସୁବର୍ଣ୍ଣପୁର ଠାରେ ମାଆଙ୍କ ଏହି ଦିବ୍ୟରୂପ ର ଝଲକ ଓ ଆଶିଷ ଟିକିଏ ଲାଭପାଇଁ କାହିଁ କୋଉ ଦୂରଦୂରାନ୍ତରୁ ଭକ୍ତଙ୍କ ସୁଅ ଲାଗିରହିଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର କମିଟି ଓ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

Popular Articles