ମାଲକାନଗିରି ଜିଲ୍ଲା ବିଜେପି ପକ୍ଷରୁ ସେବାସପ୍ତାହ ପାଳନ ପ୍ରସ୍ତୁତି ବୈଠକ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ
ମାଲକାନଗିରି(୧୩/୦୯): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସକୁ ସେବା ସପ୍ତାହ ରୂପେ ପାଳନ କରିବାକୁ ଆଜି ଜିଲ୍ଲା ବିଜେପି ତରଫରୁ ନଗର ଭବନ ଠାରେ ଆୟୋଜିତ ହୋଇଥିଲା ।

ଆଗାମୀ ତା୧୪ ରୁ ୨୦ରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ସେବା ସପ୍ତାହରେ ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ବିଭିନ୍ନ ଅଂଚଳରେ ଆୟୋଜନ ହେବାକୁ ଥିବା ସ୍ଵଚ୍ଛ ଭାରତ ଅଭିଯାନରେ ରାସ୍ତାଘାଟ ସଫେଇ, ଅନାଥ ଶିଶୁଗୃହ, ମେଡିକାଲ ଗୁଡିକରେ ଫଳ ବଣ୍ଟନ, ରକ୍ତଦାନ ଶିବିର, ପଲିଥିନ ବର୍ଜନ ନିମନ୍ତେ ଜନସଚେତନା ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା । ଆଜିର ଏହି ବୈଠକରେ ଜିଲ୍ଲା ସଂଜଯୋକ କୁନାଲ ମିଶ୍ର,ସଦସ୍ୟ ବିଜୟ ମହାରଣା, ସୁବାଷ ପଡ଼ିଆମୀ, ଟିବୁରାମ ତାଙ୍ଗୁଳ, ଗୋବିନ୍ଦ ମଣ୍ଡଳ, ଅବଦୂତ ପ୍ରସାଦ ଦୁର୍ଗା, ନାରୀ ନେତ୍ରୀ ପୂର୍ଣ୍ଣିମା ମଜୁମଦାର, ବେଣି କାର୍ତ୍ତୃଲ
ଅଂଶଗ୍ରହଣ କରିଥିଲେ ।

ଆଜିର ଏହି ବୈଠକକୁ ନଗର ସଭାପତି ବାଲାଜି ପୋଡାଲ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀନିବାସ ପାତ୍ର, ଦିଲ୍ଲୀପ ଦଣ୍ଡପାଟି, ହୃଷୀକେଶ ମହାରଣା, ବିଜୟ କୁମାର ମାଝୀ, ମୁନା ମହାରଣା, ସୁବାଷ ଦାନୀ, ବିଜୟ ସାମଲ ସହଯୋଗ କରିଥିଲେ ।

Comments are closed.