ରେଳ ଟ୍ରାକ୍‌ରେ ଫସିଲା ଟ୍ରୋଲର ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ରିପୋର୍ଟ:ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୧୩/୦୯): ରାୟଗଡ଼ା ଜିଲା, ମୁନିଗୁଡ଼ା ରେଳଫାଟକ ନିକଟରେ ଆଜି ସକାଳେ ଏକ ଟ୍ରୋଲରର ବ୍ରେକ୍‌ ଫେଲ ହୋଇଯିବାରୁ ରେଳ ଲାଇନ ଉପରେ ଫସିରହିଛି | ଫଳରେ ମୁନିଗୁଡା ରାୟଗଡ଼ା ମଧ୍ୟରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି |

ଟ୍ରୋଲରଟି ବିଶାଖାପାଟଣାରୁ ଆଲୁମିନିୟମ ପାଉଡର ବୋଝେଇ କରି ଝାରସୁଗୁଡ଼ା ଅଭିମୁଖେ ଯିବାବେଳେ ହଠାତ୍‌ ମୁନିଗୁଡ଼ା ରେଳଫାଟକ ନିକଟରେ ବ୍ରେକ୍‌ ଫେଲ ହୋଇଯାଇଥିବା ସୂଚନା ମିଳିଛି | ବ୍ରେକ ଫେଲ ହୋଇଥିବା ଜାଣି ଡ୍ରାଇଭର ଗାଡ଼ିକୁ ବାଧ୍ୟ ହୋଇ ରେଳ ଲାଇନ ଆଡ଼କୁ ବୁଲାଇ ଦେଇଥିଲେ | ଫଳରେ ନିକଟରେ ଥିବା ବସ୍‌ଷ୍ଟାଣ୍ଡ ଓ ଉଠା ଦୋକାନୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି | ତେବେ ଡ୍ରାଇଭରଙ୍କ ଏପରି ସାହସିକତା କାର୍ଯ୍ୟକୁ ଜନସାଧାରଣ ପ୍ରଶଂସା କରୁଥିବାବେଳେ ଶୀଘ୍ର ରେଳ ଲାଇନରୁ ଟ୍ରୋଲରଟିକୁ ହଟାଇବାକୁ ରେଳ କର୍ମଚାରୀଙ୍କୁ ଅନୁରୋଧ କରିଛନ୍ତି | ଅନ୍ୟପଟେ ଏହି ଘଟଣାରେ ଡ୍ରାଇଭର ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଥିବାବେଳେ ମୁନିଗୁଡ଼ା ରେଳ ଷ୍ଟେଶନରେ ଗାନ୍ଧୀ ଧାମ ପୁରୀ ଏକ୍ସପ୍ରେସ ବହୁ ସମୟ ଧରି ଅଟକି ରହିଥିଲା | ଘଟଣା ପରେ ମୁନିଗୁଡ଼ା ରେଳ ବାଇ ପୋଲିସ ସହ କର୍ମଚାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି |

Comments are closed.