Thursday, March 28, 2024

Top 5 This Week

Related Posts

ଡୁଙ୍ଗୁରିପାଲି ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୬/୯) : ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡୁଙ୍ଗୁରିପାଲି ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି l

ଅତିରକ୍ତ ଜିଲ୍ଲପାଳ ସୂର୍ଯ୍ୟନାରାୟଣ ଦାଶ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଡୁଙ୍ଗୁରିପାଲି ଠାରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣ ଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୭୧ ଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ l ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୬୫ ଟି ସାମୁହିକ ଦରଖାସ୍ତ ୬ ଟି ଗ୍ରହଣ କରାଯାଇଛି l

ଗ୍ରହଣ କରାଯାଇଥିବା ଦରଖାସ୍ତ ମଧ୍ୟରୁ ଶିବିରରେ ବିଭିନ୍ନ ମାମଲା ର ୭ ଟି ଅଭିଯୋଗ ଦରଖାସ୍ତ ର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ୬୪ ଟି ଅଭିଯୋଗ ଦରଖାସ୍ତ କୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମାଧାନ ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗ ଗୁଡିକୁ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ତୁରନ୍ତ ସମାଧାନ ନିମନ୍ତେ ପ୍ରେରଣ କରାଯାଇଛି l ପ୍ରାପ୍ତ ଦରଖାସ୍ତ ମଧ୍ୟରେ ୮ ଟି ସି ଏମ ଆର ଏଫ ନିମନ୍ତେ ଗ୍ରହଣ କରାଯାଇଛି l ଶିବିର ଅବସରରେ ଅତିରିକ୍ତ ଜିଲ୍ଲପାଳ ଶ୍ରୀ ଦାଶ ବ୍ଲକ ଅନ୍ତର୍ଗତ ୨ ଗୋଟି ଭିନ୍ନକ୍ଷମ ଦମ୍ପତି ଙ୍କୁ ଭିନ୍ନକ୍ଷମ ବିବାହ ପ୍ରୋତ୍ସାହନ ରାଶି ବାବଦରେ ପ୍ରତ୍ୟେକ ଦମ୍ପତି ଙ୍କୁ ୨,୫୦ ୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି l

ସେହିପରି ୨୫ ଜଣ ଏସ ଏଚ ଜି ମାଁ ମାନଙ୍କୁ କିଚେନ ଗାର୍ଡେନ ନିମନ୍ତେ ପନିପରିବା ଚାଷ ପାଇଁ ବିଭିନ୍ନ ପନିପରିବା ସମ୍ମିଳିତ ମଞ୍ଜିକିଟ ପ୍ରଦାନ କରାଯାଇଛି l ବି ଡି ଓ ତ୍ରିପୁର ମହାନନ୍ଦିଆଙ୍କ ତତ୍ୱାବଧାନରେ ଅଦ୍ୟ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କଁହର, ବ୍ଲକ ଅଧ୍ୟକ୍ଷା ଅହଲ୍ୟା ସାହୁ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ତହସିଲଦାର, ବ୍ଲକ ସ୍ତରୀୟ କର୍ମଚାରୀ ପ୍ରମୁଖ ଯୋଗଦାନ କରିଥିଲେ l

Popular Articles