ପଦ୍ମପୁର ଠାରେ ଅନୁଷ୍ଠିତ ନିଯୁକ୍ତି ମେଳାରେ ରାୟଗଡା ଓରମାସ ଅଧିକାରୀଙ୍କ ଦାଦାଗିରି

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୧୨/୦୯): ରାୟଗଡା ଜ଼ିଲ୍ଲାସ୍ଥ ପଦ୍ମପୁର ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଠାରେ ଗତ ୧୧/୦୯/୨୦୧୯ରେ ଏକ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟା ଯୋଜନା ମାଧ୍ୟମରେ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଗ୍ରାମମାଞ୍ଚଳର ଅର୍ଦ୍ଧଶିଖିତ ବା ସ୍ୱଳ୍ପ ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କର ଉଜ୍ଜଳ ଭବିଷ୍ୟତ ଗଢିବା ଉଦ୍ଦେଶ୍ୟରେ ଉଭୟ ଭାରତ ଓ ଓଡିଶା ସରକାରଙ୍କ ଉଦ୍ୟମ ରେ ଏବଂ ଓରମାସର ସମର୍ଥନରେ ମାଗଣା ଆବାସିକ ତାଲିମ୍ ପ୍ରଦାନ ନିମନ୍ତେ ଏକ କ୍ୟାରିଅର କାଉନସେଲିଂ ମେଳା ଅନୁଷ୍ଠିତ ହୋଇଥିଲା |

ଏହି ମେଳାକୁ ନିଯୁକ୍ତି ମେଳା ନାମରେ ଆସିଥିବା ଯୁବକ ଯୁବତୀଙ୍କୁ ଭକୁଆ ବନଯାଇଥିଲା ତାହାର ଏକ ଜ୍ୱଳନ୍ତ ଉଦାହରଣ ଏହି ମେଳାର ସାଇ ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡ଼ ସଂସ୍ଥା ଭାଗ ନେଇ ପଞ୍ଜିକରଣ ନିମନ୍ତେ ଯୁବକ ଯୁବତୀଙ୍କ ଠାରୁ ଦରଖାସ୍ତ ପଂଜିକୃତ କରି ସେମାନଙ୍କୁ ତିନି ମାସର ସିଲେଇ ମେସିନ ତାଲିମ୍ ପରେ ମାସକୁ ୧୫ହଜାର ଟଙ୍କାରେ ସ୍ଥାୟୀ ନିଯୁକ୍ତି ଦିଆଯିବ ବୋଲି କୁହାଯାଉଥିଲା | ସାଇ ଏକ୍ସପୋର୍ଟ କର୍ମଚାରୀଙ୍କୁ ଯେତେବେଳେ ପଚରାଗଲା ବର୍ତମାନ ସୁଦ୍ଧା କେତେଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇଛି ତାହାର ଲିଷ୍ଟ ଦେବେକି ବୋଲି ଏକ ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ ସେହି ବ୍ୟକ୍ତି ଓରମାସ ଅଧିକାରୀ ମନୋଜ ପାତ୍ରଙ୍କୁ ଡାକିଆଣି କେତେଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇଛି ବୋଲି ପଚାରୁଛନ୍ତି ବୋଲି କହିଥିଲେ | ଏହି ସମୟରେ ଓରମାସ ଅଧିକାରୀ ମନୋଜ ପାତ୍ର ଅଭାଦ୍ରାମୀ ଭାଷା ବ୍ୟବହାର କରି ଉଗ୍ର ରୂପ ଧାରଣ କରି ସେହି ଗଣମାଧ୍ୟମ ପ୍ରତିନିଧିଙ୍କୁ ଖରାପ ବ୍ୟବହାର କରିଥିଲେ | ଅଭାଦ୍ରାମୀ ଭାଷାରେ କହିଥିଲେ ତମକୁ କିଏ ଡାକିଛି ଏହିଠାକୁ ଆସିଲେ ଗଳା ଧକ୍କା ଦେଇ ବାହାର କର ବୋଲି ଏପିଡ଼ି ବିଶିକେଶନ ଲିମାଙ୍କୁ କହିଥିଲେ |

ଜନସାଧାରଣଙ୍କ କଣ ଏହି ନିଯୁକ୍ତି ମେଳା ବିଷୟରେ ଜାଣିବାର ଅଧିକାର ନାହିଁ କି ଏହି ନିଯୁକ୍ତି ବିଷୟରେ ଜାଣିବା ପାଇଁ ଚାହିଁଲେ ବିଭାଗୀୟ ଓରମାସ ଅଧିକାରୀଙ୍କ ବ୍ୟବହାର ଦେଖନ୍ତୁ କିପରି ଜଣେ ଜ଼ିଲ୍ଲା ସ୍ଥରୀୟ ଅଧିକାରୀ ଏହିପରି ଗଣମାଧ୍ୟମ ପ୍ରତିନିଧିଙ୍କୁ ବ୍ୟବହାର କରେ ତାହାହେଲେ ତଳିଆ କର୍ମଚାରୀ କଣ ନ କରିବେ | ଏହି କ୍ୟାରିଅର କାଉନସେଲିଂ ମେଳାରେ ଗୋଟିଏ ସାମ୍ବାଦିକଙ୍କୁ ଯେପରି ଓରମାସ ଅଧିକାରୀ ମନୋଜ ପାତ୍ର କଲେ ତାହାକୁ ସମସ୍ତ ସାମ୍ବାଦିକ ମହଲରେ ନିନ୍ଦା କରାଯାଇଛି ଓ ଜ଼ିଲ୍ଲାପାଳଙ୍କୁ ଉକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ନିବେଦନ କରିଛନ୍ତି |

Comments are closed.