Thursday, March 28, 2024

Top 5 This Week

Related Posts

ବୌଦ୍ଧ ଜିଲ୍ଲାର ଆଦର୍ଶ କୃଷି ବଜାରରେ ଖୋଲିବ ବୁଣାକାର ହାଟ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୬/୯) : ଆସନ୍ତା ଅକ୍ଟୋବର ମାସରେ ବୌଦ୍ଧ ଜିଲ୍ଲାର ଆଦର୍ଶ କୃଷି ବଜାର ପରିସରରେ ବୁଣାକାର ହାଟ ଖୋଲିବା ପାଇଁ ଏକ ପ୍ରସ୍ତୁତି ବୈଠକWhatsApp Image 2022 09 26 at 8.32.48 PM ବୌଦ୍ଧ ଜିଲ୍ଲାର ଆଦର୍ଶ କୃଷି ବଜାରରେ ଖୋଲିବ ବୁଣାକାର ହାଟ

ବୌଦ୍ଧ ଜିଲ୍ଲାର ଆଦର୍ଶ କୃଷି ବଜାରରେ ଖୋଲିବ ବୁଣାକାର ହାଟ । ଜିଲ୍ଲାପାଳ ଶ୍ରୀ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରାଥମିକ ହସ୍ତତନ୍ତ ସମବାୟ ସମିତିର କର୍ମକର୍ତ୍ତା, ସଭ୍ୟବୃନ୍ଦ ଯୋଗଦେଇ ବୁଣାକାର ହାଟକୁ କିପରି ସଫଳତା ର ସହିତ କାର୍ଯ୍ୟକାରୀ କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ ।

ସାଗରପାଲି, ବିରମହାରାଜପୁର, ଗବଜୋର, ମନମୁଣ୍ଡା, ବୁଟୁପାଲି, ନାରାୟଣନଗର, ବାଉଁଶୁଣୀ, ପୂର୍ବ ଓଡ଼ିଶା ର ଗୋପାଳପୁର, କଟକ, ନୂଆପାଟଣା, ଛତିଶଗଡ ଓ ବିଲେଇଗଡ ର ଲୁଗା ବ୍ୟବସାୟୀମାନେ ଏଥିରେ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରିତ ହେବେ । ସାଗରପାଲି ଦାୟିତ୍ୱରେ କେଶବ ମେହେର, ବୀରମହାରାଜପୁର ଦାୟିତ୍ୱରେ ଛବିଳ ମେହେର, ଗବଜୋର ଓ ମନମୁଣ୍ଡା ଦାୟିତ୍ୱରେ ପ୍ରକାଶ ମେହେର, ବୁଟୁପାଲି ଦାୟିତ୍ୱରେ ଲିଙ୍ଗରାଜ ମେହେର, ବାଉଁଶୁଣୀ ଦାୟିତ୍ୱରେ ଝସକେତନ ମେହେର, ବନପାଲି ଦାୟିତ୍ୱରେ ନିରଞ୍ଜନ ମେହେର ପ୍ରମୁଖ ରହି ଏହି ବୁଣାକାର ହାଟକୁ ସଫଳ କରିବେ ବୋଲି ନିଷ୍ପତି ଗ୍ରହଣ କରାଗଲା ।

ପ୍ରଥମ ପର୍ଯ୍ୟାୟରେ ଅନ୍ୟୁନ ଦୁଇମାସ ପାଇଁ ବୁଣାକାର ମାନଙ୍କୁ ପିଣ୍ଢି, ଖାଇବା ବ୍ୟବସ୍ଥା ଓ ସାମଗ୍ରୀ ପାଇଁ ଗୋଦାମ ଗୃହ ମାଗଣାରେ ଯୋଗାଇ ଦେବାକୁ ବୈଠକରେ ନିଷ୍ପତି ହୋଇଥିଲା । ଏହି ହାଟ ସପ୍ତାହକୁ ଥରେ ବସିବ । ଏଥିପାଇଁ ପ୍ରଶାସନ ତରଫରୁ ଶୌଚାଳୟ, ପାର୍କିଂ ଓ ସୁରକ୍ଷା ବ୍ୟବସ୍ଥା କରାଯିବାକୁ ନିଷ୍ପତି ହୋଇଥିଲା ।

ବୁଣାକାର ମାନଙ୍କ ସହିତ ଅନଲାଇନ ମାଧ୍ୟମରେ ଯୋଗାଯୋଗ, ପ୍ରଚାରପତ୍ର, ସାମାଜିକ ଗଣ ମାଧ୍ୟମ ଜରିଆରେ ସୂଚନା ଦିଆଯାଇ ବୁଣାକାର ହାଟରେ ଯେପରି ଅଧିକ ସଂଖ୍ୟାରେ ବୁଣାକାର ଓ ଗ୍ରାହାକ ସାମିଲ ହୋଇପାରିବେ ବ୍ୟବସ୍ଥା କରାଯିବ । ପଡୋଶୀ ଜିଲ୍ଲା ବରଗଡ, ସୁବର୍ଣ୍ଣପୁର ଜିଲ୍ଲାର ବୁଣାକାର ମାନଙ୍କୁ ଏଥିରେ ସାମିଲ କରିବା ପାଇଁ ପ୍ରଶାସନ ତଥା ଉପସ୍ଥିତ ସଦସ୍ୟ ମାନେ ପ୍ରୟାସ କରିବେ ବୋଲି ମତପ୍ରକାଶ କରିଥିଲେ ।

ଜିଲାପାଳ ଙ୍କ ଉଦ୍ୟମ କ୍ରମେ ଏହି ବୁଣାକାର ହାଟ ଅତିଶୀଘ୍ର ଖୋଲାଯିବାକୁ ନିଷ୍ପତି ନିଆଯାଇଥିବାରୁ ସମ୍ବଲପୁର ର ସାମ୍ବାଦିକ ରାଜାରାମ ପାଢି ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ତହସିଲଦାର ଦେବୀ ପ୍ରସାଦ ଦାଶ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Popular Articles