ରାଜନୈତିକ ଇସାରାରେ ଚାଲିଛି ବିଡ଼ିଓଙ୍କ ଅଦଳବଦଳ ପ୍ରକ୍ରିୟା

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୧୩/୦୯): ବୈପାରୀଗୁଡା ବ୍ଲକରେ ଗତ ସେପ୍ଟେମ୍ବର ୦୬ତାରିଖ ଦିନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଦାଇତ୍ୱ ଗ୍ରହଣ ନେଇଥିଲେ କୋରାପୁଟ ଡେପୁଟି ଜିଲ୍ଲାପାଳ ସବ୍ୟସାଚୀ ବେହେରା | ତାଙ୍କୁ ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ବିଭାଗ ପକ୍ଷରୁ ଚିଠି ନମ୍ବର ୧୫୭୫୭ ଅନୁଯାୟୀ ଗତ କାଲି ୧୧/୦୯/୨୦୧୯ତାରିଖ ଦିନ ପୁଣି ବଦଳି ନିର୍ଦେଶ ଆସିଥିବା ଜଣାପଡିଛି |

ଆକସ୍ମିକ ଭାବେ ସିମିଳିଗୁଡା ବ୍ଲକକୁ ବୈପାରୀଗୁଡା ବିଡ଼ିଓ ସବ୍ୟସlଚୀ ବେହେରାଙ୍କୁ ଏକ ସପ୍ତାହ ନ ହେଉଣୁ ବଦଳି ଘଟଣା ଏବେ ଅଂଚଳରେ ଚର୍ଚ୍ଚlର ବିଷୟ ପାଲଟିଛି | କିଛି ରାଜନେତା ଓ ଠିକାଦାରଙ୍କ ସ୍ୱାର୍ଥକୁ ସୁହାଇଲା ଭଳି ବିଡ଼ିଓ ମାନଙ୍କୁ ଅଦଳବଦଳ କରିବାରେ ହାତ ରହିଛି ବୋଲି ସାଧାରଣରେ ଆଲୋଚନା ହେଉଛି | ସୂଚନା ଥାଉକି ଗତ ୨୦୧୪ଠାରୁ ୨୦୧୯ପର୍ଯ୍ୟନ୍ତ ଦାଇତ୍ୱ ନେଇଥିବା ବୈପାରୀଗୁଡା ବିଡ଼ିଓ ମାନଙ୍କୁ ମଧ୍ୟରୁ ମାର୍ଚ୍ଚ ୨୪ ୨୦୧୪ରେ ସୁବାଷ ସିଂ ବୈପାରୀଗୁଡା ବିଡ଼ିଓ ଭାବେ ଦାଇତ୍ୱ ନେଇଥିଲେ | ୦୯/୦୨/୨୦୧୬ରେ ବିଡ଼ିଓ ସିଂ ଙ୍କୁ ରାଜନୈତିକ ଚାପରେ ବଦଳି କରାଯାଇଥିଲା | ପରେ ମାତlରlମ ଲିଅlଙ୍ଗୀକୁ ବୈପାରୀଗୁଡା ବ୍ଲକ କାର୍ଯାଳୟ ଦାଇତ୍ୱକୁ ଦୁଇ ବର୍ଷ ନ ପୂରୁଣୁ ତାଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ପୁଣି ସୁବାଷ ସିଂଙ୍କୁ ବୈପାରୀଗୁଡା ବିଡ଼ିଓ ଭାବେ ବଦଳି କରି ରାଜନେତା ମାନେ ଆଣିଥିବା ଚର୍ଚ୍ଚl ରହିଛି | ସାଧାରଣ ନିର୍ବାଚନ ପୂର୍ବରୁ ସୁବାଷ ସିଂଙ୍କ ବଦଳି ପରେ ତତ୍କାଳୀନ ସ୍ଥାନୀୟ ତହସିଲଦାର ଜ୍ୟାତି ପ୍ରକାଶ ସେଠିଙ୍କୁ ବିଡ଼ିଓ ଭାବେ ଦାଇତ୍ୱ ଦିଆଯାଇଥିଲା |

ମାତ୍ର ତିନି ଦିନ ମଧ୍ୟରେ ତାଙ୍କୁ ନବରଙ୍ଗପୁରକୁ ବଦଳି କରାଯlଇଥିଲl | ପରେ ସାଧାରଣ ନିର୍ବାଚନ ପୂର୍ବରୁ ଦଶମନ୍ତପୁର ଏବିଡିଓ ରଜନୀକାନ୍ତଙ୍କୁ ବୈପାରୀଗୁଡା ବିଡ଼ିଓ ଦାଇତ୍ୱ ଦିଆଯାଇଥିଲା | ଦାଶଙ୍କ ଦାଇତ୍ୱର ” ଛ “ମାସ ପରେ ଏବେ ବିଡ଼ିଓ ସବ୍ୟସାଚୀ ବେହେରାଙ୍କ ଯୋଗଦାନ ପୁଣି ” ଛ “ଦିନ ମଧ୍ୟରେ ବଦଳି ସମସ୍ତଙ୍କୁ ଚକିତ କରିଛି | ବିଡ଼ିଓଙ୍କ ବାରମ୍ବାର ବଦଳି ବୈପାରୀଗୁଡା ଅଂଚଳର ଉନ୍ନତିରେ ବାଧା ହେବା ସହ ଦୁର୍ନୀତିଖୋର ରାଜନେତାଙ୍କ ଇସାରାରେ ବିଡ଼ିଓଙ୍କ ଅଦଳବଦଳ ଚାଲିଥିବା ସ୍ୱଷ୍ଟ ହେଉଛି |

Comments are closed.