Related Contents

ୟୁରିଆ ସାର ପାଇଁ ଚାଷୀଙ୍କ ଲମ୍ବାଧାଡି

ରିପୋର୍ଟ: ହିରୋଜ କୁମାର ସାହୁ
କର୍ଲାମୁଣ୍ଡା(୧୨/୦୯): ପ୍ରାଥମିକ କୃଷି ସମବାୟ ସମିତିକୁ ଯୋଗାଇ ଦିଆଯାଉଥିବା ୟୁରିଆ ସାରର ପରିମାଣ ଅତ୍ୟନ୍ତ କମ ରହିଥିବା ବେଳେ ଚାଷିଙ୍କୁ ଅଧିକ ୟୁରିଆ ସାରର ଆବଶ୍ୟକତା ରହିଛି । କର୍ଲାମୁଣ୍ଡା ବ୍ଲକରେ କର୍ଲାମୁଣ୍ଡା, ରିଷିଡା ଓ ଯୋରାଡବ୍ରା ମାତ୍ର ଏକ ଶହ ପଚାଷ କୁଇଣ୍ଟାଲ ଲେଖାଏଁ ୟୁରିଆ ସାର ପ୍ରେରଣ କରାଯାଇଛି ବୋଲି କୃଷି ଅଧିକାରି କହିଛନ୍ତି ।

ଏହି ୟୁରିଆ ସାର ପାଇବା ପାଇଁ ପେକ୍ସ ମାନଙ୍କରେ ଆଜି ସକାଳୁ ପ୍ରାୟ ପାଞ୍ଚ ଶହରୁ ଅଧିକ ଲୋକ ଲମ୍ବା ଧାଡି ଲଗାଇଥିବା ଦେଖିବାକୁ ମିଳିଛି । କର୍ଲାମୁଣ୍ଡା ପାଇଁ ୬ ଶହ ୫୦ କୁଇଣ୍ଟାଲ, ରିଷିଡା ପାଇଁ ୫ ଶହ କୁଇଣ୍ଟାଲ ଓ ଯୋରାଡବ୍ରା ୪ ଶହ କୁଇଣ୍ଟାଲ ୟୁରିଆ ସାର ଆବଶ୍ୟକତା ଥିବା ବେଳେ ମାତ୍ର ଦେଢ ଶହ କୁଇଣ୍ଟାଲ ୟୁରିଆ ସାର ପଠାଯିବା କେତେଦୁର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠୁଛି । ବର୍ତମାନ ଚାଷ କ୍ଷେତରେ ଧାନ ଉଠିବା ସମୟରେ ୟୁରିଆ ସାରର ପ୍ରୟୋଗ ନିତାନ୍ତ ଆବଶ୍ୟକ ଥିବା ବେଳେ ସରକାରୀ ଓ ବେସରକାରି ଡିଲର ଠାରେ ଏହି ୟୁରିଆ ସାର ଉପଲବ୍ଧ ନାହିଁ । ଡିଲର ମାନେ ୟୁରିଆ ସାର ନିଜ ପାଖରେ ରଖି ଚଢା ଦରରେ ବିକ୍ରି କରୁଛନ୍ତି । ପ୍ରତିବର୍ଷ ଏହି ଚାଷ କ୍ଷେତରେ ଧାନ ଉଠିବା ସମୟରେ ୟୁରିଆ ସାରର କୃତିମ ଅଭାବ ଦେଖା ଦେଇଥାଏ । ଡିଲର ମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପେକ୍ସ ମାନଙ୍କୁ କମ ପରିମାଣରେ ସାର ପଠାଯାଉଥିବା ଅଭିଯୋଗ ହେଉଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।

Comments are closed.