Related Contents

ବିଜୁ ଯୁବ ବାହୀନୀ ଦ୍ବାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ: ହିରୋଜ କୁମାର ସାହୁ
କଳାହାଣ୍ଡି(୧୨/୦୯): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଜ୍ଞାନ ଭାରତୀ ପରିସରେ ବିଜୁ ଯୁବ ବାହିନୀ ସରଗୁଲ ମାଲପଡା ଦ୍ବାରା ସବୁଜ ବନାନୀ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏ ଅବସରରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ଧନେଶ୍ବର ମାଝୀ, ସମ୍ମାନିତ ଅତିଥି ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର ସିଂଦେଓ, କର୍ଲାମୁଣ୍ଡା ବିଡିଓ ପ୍ରିୟଦର୍ଶିନୀ ମିର୍ଧା ଉପସ୍ଥିତ ରହି ବୃକ୍ଷ ରୋପଣ ଉପରେ ଜ୍ଞାନ ଭାରତୀର ଛାତ୍ରଛାତ୍ରୀ, ବିଜୁବାହିନୀ ସଭ୍ୟ ମାନଙ୍କୁ ଦିଗଦର୍ଶନ ଦେଇଥିଲେ । ଉପସ୍ଥିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଗୌର କିଶୋର ରଣା,ସମିତି ସଭ୍ୟ ଯଶୋବନ୍ତ ସାହୁ,ବିକ୍ରମ ସାହୁ,ପ୍ରମୁଖ ସହଯୋଗ କରିଥିଲେ।

Comments are closed.