Related Contents

ଆଦିବାସୀ ଶିକ୍ଷୟତ୍ରୀ ନିର୍ଯାତନା ଘଟଣାରେ କୁଇ ସମାଜର ଶୋଭାଯାତ୍ରା

ରିପୋର୍ଟ: ବିଭୁତି ଲହରିଆ
ବାଲିଗୁଡା(୧୨/୦୯): କ.ନୂଆଗାଁ ଥାନା ଅନ୍ତର୍ଗତ କୁଡୁତୁଲି ଉଚ୍ଚବିଦ୍ୟାଳୟରେ କାର୍ଯ୍ୟରତ ଜୈନିକ ଶିକ୍ଷୟତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ମହାରଣାଙ୍କ ସମେତ ସହକାରୀ ଶିକ୍ଷକ ସଦାଶିବ ବେହେରା ଓ ପିଇଟି ଶିକ୍ଷକ ସୁଶାନ୍ତ ବଳିଆରସିଂ ଅସଭ୍ୟ ଆଚରଣ ସହ ଠେଲାପେଲା କରି ଥିଲେ | ଏକଥା ସ୍ବାମୀ ଆଗରେ କିମ୍ବା କାହା ଆଗରେ ପ୍ରଘଟ କଲେ ହତ୍ୟା ଧମକ ଦେବାନେଇ କ.ନୂଆଗାଁ ଥାନାରେ ଲିଖିତ ଅଭିଯୋଗ ଗତ ଅଗଷ୍ଟ ୨୫ରେ କରିଥିଲେ |

ଘଟଣା ଅନୁସାରେ ପୂର୍ବରୁ ସେହି ସ୍କୁଲର ଜଣେ ଜୈନିକ ଶିକ୍ଷୟତ୍ରୀଙ୍କୁ ଏହି ତିନି ଶିକ୍ଷକ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ | ଏକଥା ପ୍ରଘଟ ଭୟରେ ଶିକ୍ଷୟତ୍ରୀ ମାନଙ୍କୁ ପରସ୍ପର ମଧ୍ୟରେ ମିଳାମିଶା କରିବା ପାଇଁ ତାଗିତ କରୁଥିଲେ | ଶିକ୍ଷୟତ୍ରୀ ମାନଙ୍କୁ ଅଫିସ ରୁମକୁ ଡାକି ଅନେକ ସମୟରେ ଅସଭ୍ୟ ଆଚରଣ ଓ ଶାରିରୀକ ଏବଂ ମାନସିକ ନିର୍ଯ୍ଯାତନା ମଧ୍ୟ ଦେଉଥିବା କହିଛନ୍ତି । ତାଛଡା କମ୍ପରମାଇଜ କରିବା ପାଇଁ ବାଧ୍ୟ କରୁଥିଲେ ଏବଂ କ୍ଲାସରେ ମିଥ୍ୟା ଆଟେନାନ୍ସ ପକାଇବା ପାଇଁ ବାଧ୍ୟକରୁଥିବା କହିଛନ୍ତି ସଂପୃକ୍ତ ଶିକ୍ଷୟତ୍ରୀ । ଏକ ପ୍ରକାର ରେଗିଂ ଚାଲିଛି ସ୍କୁଲରେ ଦୀର୍ଘ ଏକ ମାସଧରି ଏହି ଆଦିବାସୀ ଶିକ୍ଷୟତ୍ରୀଙ୍କୁ ଜାତିଆଣ ଆକ୍ଷେପ କରୁଥିବା ମଧ୍ୟ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି । ଏନେଇ ଜୈନିକ ଶିକ୍ଷୟତ୍ରୀ ଜିଲ୍ଲା ଶିକ୍ଷା ଅଧିକାରୀ ବିକାଶ ପ୍ରଧାନଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଫଳ ଶୂନ ହେବାପରେ ନ୍ୟାୟ ପାଇଁ ଥାନାର ଦ୍ଵାରସ୍ଥ ହୋଇଛନ୍ତି।ଜୈନିକ ଶିକ୍ଷୟତ୍ରୀ ଶାରିରୀକଏବଂ ମାନସିକ ନିର୍ଯ୍ଯାତନା ପରେ ଭୟରେ ଅଛନ୍ତି । ରବିବାର ଦିନ ଶିକ୍ଷୟତ୍ରୀଙ୍କ ଘରକୁ ଯାଇ ପ୍ରଧାନ ଶିକ୍ଷକ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି ।

ଏନେଇ କନ୍ଧମାଳର କୁଇ ସମନ୍ବୟ ସମିତର ସମ୍ପାଦକ ଲମ୍ବୋଦର କହଁର ସଂପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୂଷ୍ଠାନ ଦାବୀ କରିଛନ୍ତି | ନଚେତ୍ ଆଦିବାସୀ ସଂଘ ରାଜ ରାସ୍ତାକୁ ଉଲ୍ଲେଇବାକୁ କଡା ଚେତାବନୀ ଦେଇଥିଲେ । କିନ୍ତୁ ଦୀର୍ଘ ଦିନ ହେଲା ସମ୍ପୃକ୍ତ ତିନି ଶିକ୍ଷକଙ୍କୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବାରୁ ଆଜି କୁଇ ସମାଜ ତରଫରୁ ଏକ ହଜାରରୁ ଉର୍ଦ୍ଧ ମହିଳା ପୁରୁଷ କଂଜା ମେଣ୍ଡି ଛକରୁ ଶୋଭାଯାତ୍ରାରେ ବାହାରି କ.ନୂଆଗାଁ ପରିକ୍ରମା କରି ହାଇସ୍କୁଲ ପର୍ଯ୍ୟନ୍ତ ବିଭିନ୍ନ ନାରାବାଜିରେ ଆସିଥିଲେ | ପରେ କ.ନୂଆଗାଁ ଫାଟକରେ ଅଡ଼ି ବସି ରହିଥିଲେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ | ଘଟଣାର ତଦନ୍ତ କରୁଥିବା ଡ଼ିଏସପି ସୁଶୀଲ କୁମାର ରାୟ ଥାନା ଅଧିକାରୀ ଶ୍ରୀନିବାସ ସାମଲ ସମେତ ତହସିଲଦାର ଶଶାଙ୍କ ଶେଖର ପାତ୍ର ଉପସ୍ଥିତରେ ଆଲୋଚନା ହୋଇ ଥାନା ତରଫରୁ ସଂପୃକ୍ତ ଅଭିଯୁକ୍ତ ମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯାଉଛି ବୋଲି ପ୍ରତିଶୃତି ଦେଇଥିଲେ | ପରେ କୁଇ ସମାଜ ତରଫରୁ ଯଥା ଶୀଘ୍ର ପଦକ୍ଷେପ ନେବାକୁ କହି ରାସ୍ତାରୁ ହଟିଥିଲେ |

Leave a Reply

This site uses Akismet to reduce spam. Learn how your comment data is processed.