Related Contents

ଦିବ୍ୟାଙ୍ଗ ଛାତ୍ରୀ ରୋହିଣୀ ଛୁରାର କଳା ପ୍ରତିଭା, ଗୀତ ସୋସିଆଲ ମିଡିଆରେ ଭାଇରଲ

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ବଘାର
ମୁରିବାହାଲ (୧୨/୦୯): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ରୋହିଣୀ ଛୁରା ପ୍ରଥମ ବର୍ଷ କଳାର ଅଧ୍ୟୟନ ଛାତ୍ରୀ | ସେ ଜଣେ ଦିବ୍ୟାଙ୍ଗ | ସେ ସମ୍ପୂର୍ଣ୍ଣ ଦେଖି ପାରନ୍ତି ନାହିଁ କିନ୍ତୁ ଗୀତଗାଇବା ସହିତ ବାଦ୍ୟ ମଧ୍ୟ ସୁନ୍ଦର ବଜେଇଥାନ୍ତି |

ସେ କ୍ଲାସର ବେଞ୍ଚରେ ମଧ୍ୟ ସୁନ୍ଦର ଵାଦ୍ୟ ବଜାଇଥାନ୍ତି | କଲେଜର ଇଂରାଜୀ ଅଧ୍ୟାପକ ହୃଦାନନ୍ଦ ପୁହାନ ତାଙ୍କ ଗୀତକୁ କଏଦ କରି ସୋସିଆଲ ମିଡିଆରେ ଛାଡିଥିଲେ | ତାପରେ ବହୁ ମାତ୍ରାରେ ପସନ୍ଦ କରୁଛନ୍ତି ଲୋକେ | ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି | ତାଙ୍କ କଣ୍ଠସ୍ୱର ସମସ୍ତ ହୃଦୟକୁ ଛୁଇଁ ଯାଇଛି | ରୋହିଣୀ ଛୁରାଙ୍କ ବାପା ମଦନ ଛୁରା | ସେ ଟିଟିଲାଗଡ଼ ବ୍ଲକର କୁଷକେଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରପଡା ଗ୍ରାମର | ସେ ଗରିବ ପରିବାର ଓ ଚାଷ କରି ଚଲିଥାନ୍ତି କିନ୍ତୁ ଝିଅ ରୋହିଣୀ ଛୁରାକୁ ମୁରିବାହାଲ ପାଠ ପଢ଼ିବାପାଇଁ ଆଣିଥାନ୍ତି | ଯେହେତୁ ଝିଅ ଦିବ୍ୟାଙ୍ଗ ସମ୍ପୂର୍ଣ୍ଣ ଦେଖିପାରେ ନାହିଁ | ତାକୁ ସବୁ ସମୟରେ ସାହାଯ୍ୟ କରିବାକୁ ପଡିଥାଏ | ରୋହିଣୀର ଗୋଟିଏ ଭାଇ ଅଛି | ଭୀମସେନ ଛୁରା (୧୦) ଘରେ ଥିବା ସମୟରେ ସେ ମଧ୍ୟ ସାହାଯ୍ୟ କରିଥାଏ | ରୋହିଣୀ ବହୁତ ସୁନ୍ଦର ଭଜନ, ସମ୍ବଲପୁରୀ ଏବଂ ବାଦ୍ୟ ସୁନ୍ଦର ବଜାନ୍ତି ତାଙ୍କର କଣ୍ଠସ୍ୱର ରାନୁ ମଣ୍ଡଳ ସହିତ ସୋସିଆଲ ମିଡିଆରେ ତୁଳନା କରୁଛନ୍ତି | ଯଦି ତାଙ୍କୁ ସେହିଭଳି ସୁବିଧା ପାଇଲେ ସେ ମଧ୍ୟ ରାନୁ ମଣ୍ଡଳ ଭଳି ଗାଇପାରିବେ | ଓଡ଼ିଆ ବିଭାଗର ଅଧ୍ୟାପକ ପ୍ରଫୁଲ ଚନ୍ଦ୍ର ପଣ୍ଡା, ଯୁକ୍ତ ୩ ଅଧକ୍ଷ ସରୋଜ କୁମାର ନାୟକ ପ୍ରମୁଖ ଛାତ୍ରୀର ପ୍ରଶଂସା କରିବା ସହିତ ଭବିଷ୍ୟତ ଉଜ୍ବଳ କାମନା କରିଛନ୍ତି | ରୋହିଣୀ ଭବିଷ୍ୟତରେ ଜଣେ ମ୍ୟୁଜିକ ଶିକ୍ଷକ ହେବା ପାଇଁ ଆଶା ରଖିଛନ୍ତି |

Leave a Reply

This site uses Akismet to reduce spam. Learn how your comment data is processed.