ଡୁକୁମ୍ ହାଇସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ନେଇ ତାଲିମ କେନ୍ଦ୍ର ପ୍ରତିଷ୍ଠାନ ପରିଭ୍ରମଣ

0
137
ଡୁକୁମ୍ ହାଇସ୍କୁଲ

ରିପୋର୍ଟ : ନରତ୍ତମ ପାଢ଼ୀ
ରାୟଗଡ଼ା, (୨୬/୦୯) : ବିଷମ କଟକ ବ୍ଲକ ଅନ୍ତର୍ଗତ ଡୁକୁମ୍ ହାଇସ୍କୁଲ ଛାତ୍ର ଓ ଛାତ୍ରୀ ମାନଙ୍କୁ ନେଇ ବିଷମ କଟକ ସ୍ଥିତ ଗଜବହାଲ ଆଇଟିଆଇ ତାଲିମ କେନ୍ଦ୍ର ପ୍ରତିଷ୍ଠାନ ର ଇଲେକ୍ଟ୍ରିକାଲ, ଏମଭି, ଫିଟର, ଆଇଟିଆଇ ଟ୍ରେନିଂ ସ୍କୁଲରୁ ପିଲା ମାନଙ୍କୁ ତାଲିମ କେନ୍ଦ୍ର ପ୍ରିନ୍ସପାଲ ଶ୍ରୀଯୁ୍କ୍ତ ଖିଲାରମ୍ ହେମ୍ରମ ବୁଝାଇ କହିଥିଲେ ।

ଡୁକୁମ୍ ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସସ୍ମିତା ଦାସ ଅନୁମତି କ୍ରମେ ତାଲିମ ଶିକ୍ଷକ ଶ୍ରୀଯୁକ୍ତ ଅସୀମ କୁମାର ସ୍ୱାଇଁ, ଅନିଲ କୁମାର ରଣା ପିଲା ମାନଙ୍କୁ ନେଇ ପରିଚାଳନା କରିଥିବା ସହ ବିଷମ କଟକ ତାଲିମ କେନ୍ଦ୍ର ପ୍ରତିଷ୍ଠାନ ପରିଭ୍ରମଣ କରାଇଥିଲେ । ପିଲାମାନଙ୍କୁ କିପରି ସ୍ୱାବଲମ୍ବୀ ହେବା ପାଇଁ ବୁଝାଇ କହିଥିଲେ । ନିଜ ବୁଦ୍ଧି ବଳରେ ସେ ନିଜ ଗୋଡ଼ରେ ଆଗକୁ ବଢ଼ିବାରେ ସହଯୋଗ ପାଇପାରିବେ । ପିଲାମାନେ ତାଲିମ କେନ୍ଦ୍ର ବୁଲି ବୁଲି ସବୁ ବିଷୟରେ ଜାଣିବାକୁ ଚେଷ୍ଟା କରିଥିଲେ ଓ ଶିକ୍ଷକ ସମସ୍ୟାରେ ସମାଧାନ ବୁଝାଇ କହିଥିଲେ ।