ଦିବ୍ୟାଙ୍ଗ ଯୁବତୀ ଙ୍କୁ ଦୁଷ୍କର୍ମ ! 

0
149
ଦିବ୍ୟାଙ୍ଗ ଯୁବତୀ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୫/୦୯) : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ଯୁବତୀ ଙ୍କୁ ବଳାତ୍କାର ହୋଇଥିବା ନେଇ ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି ।WhatsApp Image 2022 09 25 at 6.49.46 PM ଦିବ୍ୟାଙ୍ଗ ଯୁବତୀ ଙ୍କୁ ଦୁଷ୍କର୍ମ ! 

ଅଭିଯୁକ୍ତ ପିଶାଚ କୁ ଗାଁ ଲୋକେ ଧରି ଇଲେକ୍ଟ୍ରି ଖମ୍ବରେ ଦଉଡିରେ ବାନ୍ଧି ଉଲଗ୍ନ କରି ଉତ୍ତମ ମଧ୍ୟମ ଛେଚି ପୋଲିସକୁ ଜିମା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଥାନା ଅନ୍ତର୍ଗତ ଖଯୁରୋଜ ଗ୍ରାମ ର ଜଣେ ଜଣେ ଦିବ୍ୟାଙ୍ଗ ଯୁବତୀ (୨୫) ଆଜି ପୂର୍ବାହ୍ନ ୧୧.୩୦ ମି ସମୟରେ ଗାଁ ଠାରୁ ଦୂର ପଡ଼ିଆରେ ମେଣ୍ଢା ଚରାଉଥିବା ବେଳେ ସେହି ସମୟରେ ମଲ୍ଲିକପଡ଼ା ଗ୍ରାମ ର ଅଷ୍ଟମ ମାଝୀ ଓରଫ ଟିମନ୍ (୨୨) ସେହି ବାଟ ଦେଇ ଯାଉଥିବାବେଳେ ଦିବ୍ୟାଙ୍ଗ ଝିଅଟିକୁ ଏକୁଟିଆ ଦେଖି ତାକୁ ଜୋର୍ ଜବରଦସ୍ତି ଟେକିନେଇ ଦୁଷ୍କର୍ମ କରିଥିଲା ।

ଗାଁ ଲୋକେ ଖବର ପାଇ ଦୁର୍ବୁତ୍ତ କୁ ଧରି ଉତ୍ତମ ମଧ୍ୟମ ଦେବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି ।