ଦଶହରାପୂଜାରେ ଅପରାଧ ନିୟନ୍ତ୍ରଣ ଓ ଟ୍ରାଫିକବ୍ୟବସ୍ଥା ନିମନ୍ତେ ଉପଖଣ୍ଡ ସ୍ତରୀୟ ପୋଲିସର ବୈଠକ

ରିପୋର୍ଟ: ପ୍ରଦୀପ କୁମାର ପାତ୍ର
ଗୁଣୁପୁର(୧୨/୦୯): ଗୁଣୁପୁର ଉପଖଣ୍ଡରେ କିଭଳି ଚଳିତ ଦଶହରା ପୂଜାକୁ ଦୃଷ୍ଟିରେ ରଖି ଅପରାଧ ନିୟନ୍ତ୍ରଣ ସହ ଟ୍ରାଫିକ ବ୍ୟବସ୍ଥା କିପରି କରାଯିବ ତାକୁ ନେଇ ଏକ ଜରୁରୀ ବୈଠକ ଗୁଣୁପୁର ଉପଖଣ୍ଡ ଆରକ୍ଷୀ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା |

ଏହି ବୈଠକରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦାସ ଅଧ୍ୟକ୍ଷତା କରିଥିବାବେଳେ ଉପଖଣ୍ଡର ସମସ୍ତ ଥାନା ଅଧିକାରୀ ଯୋଗ ଦେଇ ଚଳିତ ଦଶହରା ପୂଜାରେ ଲୋକଙ୍କୁ କିପରି ସୁରକ୍ଷା ଯୋଗାଇ ଦିଆଯିବ ତାହା ଆଲୋଚନା ହୋଇଥିଲା | ଏହି ଗୁଣୁପୁର ଉପଖଣ୍ଡର ଜନସାଧାରଣଙ୍କୁ କିପରି ସୁରକ୍ଷା ସହ ଅପରାଧ ନିୟନ୍ତ୍ରଣ ସହ ଟ୍ରାଫିକ ବ୍ୟବସ୍ଥା ଉପରେ ଆଲୋଚନା ମଧ୍ୟ ହୋଇଥିଲା | ମୁଖ୍ୟମନ୍ତ୍ରୀଙ୍କ ଟ୍ରାଫିକ ର ତିନି ମାସ କୋହଳ ନୀତି ଉପରେ କିଭଳି ଟ୍ରାଫିକ କଡାକଡି ଲାଗୁକରାଯିବା ଏବଂ ତିନିମାସ ଅବଧି ସମୟରେ ବିଭିନ୍ନ ସ୍କୁଲ କଲେଜ ଏପରିକି ଜନସାଧାରଙ୍କୁ ଟ୍ରାଫିକ ଉପରେ ସଚେତନତା ଦିଆଯିବ ସେ ବିଷୟରେ ଏସଡ଼ିପିଓ ରାଜକିଶୋର ଦାସ ସୂଚନା ଦେଇଥିଲେ |

Comments are closed.