Related Contents

ଅନ୍ଧବିଶ୍ବାସର କରୁଣ ପରିଣତି, ଗୁଣିଗାରେଡି ସନ୍ଦେହରେ ଗାଁ ଛାଡ଼ିଲେ ବୃଦ୍ଧା, ଗାଁରେ ନିଆପାଣି ବାସନ୍ଦ

ରିପୋର୍ଟ: ବିଭୁତି ଲହରିଆ
ବାଲିଗୁଡା(୧୨/୦୯): ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଲୋକେ ଅନ୍ଧବିଶ୍ବାସ ଓ କୁସଂସ୍କାରକୁ ଜାବୁଡି ଧରିଛନ୍ତି | ସଚେତନତା ଅଭାବରୁ ଅନ୍ଧବିଶ୍ବାସର ମାୟା ଜାଲରେ ପଡି ବିଭିନ୍ନ ସମୟରେ ହିଂସା ଓ ସାମାଜିକ ବାସନ୍ଦ ହେଉଥିବା ନଜରକୁ ଆସୁଛି । ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ଗ୍ରାମ ପଞ୍ଚାୟତର ଜାର୍ଗୀ ଗାଁରେ ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଅନ୍ଧବିଶ୍ବାସର ଜନ୍ତାରେ ନିଦୁ ମଲ୍ଲିକ ନାମ୍ନୀ ଜଣେ ଶତୁରୀ ବର୍ଷୀୟା ବୃଦ୍ଧା ପଡି ଛଟପଟ ହେଉଛି । ପ୍ରାୟ ଦେଢମାସ ତଳେ ସେହିଗାଁର ଗୋପମଲ୍ଲିକ ନାମକ ଯୁବକଙ୍କ ସ୍ବାଭାବିକ ମୃତ୍ୟୁହେଲା କିନ୍ତୁ ଗୋପର ବାପା ମାଆ ଶ୍ରୀକାନ୍ତ ମଲ୍ଲିକ ଓ ରେବିଲି ମଲ୍ଲିକ ସନ୍ଦେହ କରୁଥିଲେ ଯେ ନିଦୁ କୁଆଡେ ଗୁଣିଗାରେଡି କରି ପୁଅକୁ ମାରିଛି ବୋଲି | ଗାଁରେ ବୈଠକ ବସି ଖଟବିଦ୍ୟା ସାହାଯ୍ୟରେ ମୃତ୍ୟୁର କାରଣ ଖୋଜାଗଲା ପୂଜାର୍ଚନା କରି କୁକୁଡ଼ା ବଳିଦେଇ ଗାଁରେ ଖଟ ବୁଲିଲା । ଖଟ ନିଦୁ ମଲ୍ଲିକ ଥିବା ଘରକୁ ଗଲା ବୋଲି ଗାଁ ଲୋକେ ବୃଦ୍ଧାଙ୍କୁ ହତ୍ୟାକାରୀ ସଜେଇ ପରିବାରଙ୍କୁ ଧମକ ଚମକ ଦେଇ ସାମାଜିକ ବାସନ୍ଦ କରିଥିବା ଅଭିଯୋଗ ହେଉଛି | ଭୟରେ ବୃଦ୍ଧାଜଣକ ସଂପର୍କିୟ ଘରେ ଆଶ୍ରୟ ନେଇଥିବା ବେଳେ ପୁଅ ନୀଳକଣ୍ଠ ଭୟରେ ଅଛନ୍ତି | ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ଥାନାରେ ଅଭିଯୋଗ କଲେ ହତ୍ୟା ଧମକ ମିଳୁଥିବା କହିଛନ୍ତି ବୃଦ୍ଧା । ଜିଲ୍ଲା ପ୍ରଶାସନ ଏଥିପ୍ରତିଦୃଷ୍ଟି ଦେଇ ସୁରକ୍ଷା ଯୋଗାଇ ଦେବା ସହିତ ଦୋଷୀଙ୍କୁ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି |

Leave a Reply

This site uses Akismet to reduce spam. Learn how your comment data is processed.