Friday, March 29, 2024

Top 5 This Week

Related Posts

ବାୟୁସେନା କ୍ୟାଡେଟଙ୍କ ମୃତଦେହ ଉଦ୍ଧାର : ୬ ଅଧିକାରୀଙ୍କ ନାଁରେ ହତ୍ୟା ମାମଲା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବେଙ୍ଗାଲୁରୁ, (୨୫/୦୯) : ବାୟୁସେନା କଲେଜ କ୍ୟାମ୍ପରୁ ମିଳିଛି ଜଣେ ଏୟାର ଫୋର୍ସ କ୍ୟାଡେଟ ଟ୍ରେନିଙ୍କ ଝୁଲନ୍ତା ମୃତଦେହ । ଶନିବାର କର୍ଣ୍ଣାଟକା ର ଜାଲାହାଲ୍ଲିରେ ଥିବା ଏୟାରଫୋର୍ସ ଟେକ୍ନିକାଲ କଲେଜ (ଏଏଫଟିସି) ରୁ ଏହି ୨୭ ବର୍ଷୀୟ ଯୁବ କ୍ୟାଡେଟଙ୍କ ମୃତଦେହ ମିଳିଥିଲା । ଆଜି ଏହି ଘଟଣାରେ ବାୟୁସେନା ର ୬ ଅଧିକାରୀଙ୍କ ବିରୋଧରେ ପୁଲିସ୍‌ ହତ୍ୟା ମାମଲା ରୁଜ୍ଜୁ କରିଛି ।

ବାୟୁସେନା କ୍ୟାଡେଟ ଟ୍ରେନି ଜଣଙ୍କ ଆତ୍ମହତ୍ୟା କରିଥିଲେ ମଧ୍ୟ ଏହା ପଛରେ ୬ ଅଧିକାରୀଙ୍କ ହାତ ଥିବା କୁହାଯାଉଛି । ପୀଡ଼ିତଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ ସେ ଆତ୍ମହତ୍ୟା କରିଛନ୍ତି । ୨୭ ବର୍ଷୀୟ ଅଙ୍କିତ କୁମାର ଝା ଙ୍କ ମୃତଦେହ ନିକଟରୁ ଗୋଟିଏ ସୁଇସାଇଡ ନୋଟ ଜବତ କରାଯାଇଥିଲା । ସେ ଜୀବନ ହାରିବା ଭଳି ଚରମ ପଦକ୍ଷେପ ନେବା ପୂର୍ବରୁ ସୁଇସାଇଟ ନୋଟରେ ଏୟାର କମାଣ୍ଡର, ୱିଙ୍ଗ କମାଣ୍ଡର ଓ ଗ୍ରୁପ କ୍ୟାପ୍ଟେନ ରାଙ୍କ ର ଅଧିକାରୀଙ୍କ ନାଁ ଉଲ୍ଲେଖ କରିଛନ୍ତି । କଲେଜ କ୍ୟାମ୍ପସରେ ଅଙ୍କିତ ନିୟମିତ ମାନସିକ ଓ ଶାରିରୀକ ନିର୍ଯାତନା ପାଉଥିବା ପରିବାର ଲୋକଙ୍କୁ ମଧ୍ୟ ଜଣାଇଥିଲେ । ଏବେ ସେ ଜୀବନ ହାରିଥିବାରୁ ପରିବାର ଲୋକ ସବୁ କଥା ପୁଲିସ ଆଗରେ ଅଭିଯୋଗ କରିଛନ୍ତି ।

ଘଟଣା ର ତଦନ୍ତ କରୁଥିବା ବରିଷ୍ଠ ପୁଲିସ ଅଧିକାରୀ ବିନାୟକ ପାଟିଲ କହିଛନ୍ତି, “ଅଭିଯୁକ୍ତମାନେ ଫେରାର ହୋଇନାହାଁନ୍ତି । ଘଟଣା ସମ୍ପର୍କରେ ଅଙ୍କିତଙ୍କ ଭାଇ ଏଫଆଇଆର କରିଛନ୍ତି । ପରିବାର ଲୋକ କରିଥିବା ଅଭିଯୋଗ ର ତଦନ୍ତ କରାଯାଉଛି ଓ ପ୍ରମାଣ ମଧ୍ୟ ସଂଗ୍ରହ କରାଯାଉଛି । ଏଥିସହ ସୁଇସାଇଡ ନୋଟ ର ଫରେନ୍ସିକ ଯାଞ୍ଚ ମଧ୍ୟ ହେବ ।

ଅଙ୍କିତଙ୍କ ବିରୋଧରେ କୋର୍ଟ ଅଫ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଥିଲା ଓ ସେହିଦିନ ତାଙ୍କୁ ଟ୍ରେନିଂ ତାଲିକାରୁ ବାଦ ଦିଆଯାଇଥିଲା । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପରେ ସେ ମର୍ମାହତ ହୋଇଥିଲେ । ଏହାପରେ ଅଙ୍କିତଙ୍କ ମୃତଦେହ କ୍ୟାମ୍ପସ ମଧ୍ୟରେ ଥିବା ତାଙ୍କ ରୁମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ‌ଥିଲା । ପୁଲିସ୍‌ ସବୁ ଦିଗକୁ ଦୃଷ୍ଟିରେ ତଦନ୍ତ କରୁଛି ।

Popular Articles