ପୌର ସଂସ୍ଥା ର ମହିଳା କର୍ମଚାରୀଙ୍କୁ ନିର୍ମମ ହତ୍ୟା !

0
109
ପୌର ସଂସ୍ଥା ର

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୨୫/୦୯) : ପୁଣି ସହର ଭିତରେ ଗଡିଲା ମୁଣ୍ଡ । ପୌର ସଂସ୍ଥା ର ମହିଳା କର୍ମଚାରୀଙ୍କୁ ନିର୍ମମ ଭାବେ ହତ୍ୟା । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବଲାଙ୍ଗୀରରେ ।

ବଲାଙ୍ଗୀର ବିଜାଖମନ ନିକଟରେ ଥିବା ପୌର ସଂସ୍ଥା ର ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିକଟରେ ପଡିଛି ମହିଳା କର୍ମଚାରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ । ନିକଟରେ ଏକ ସାଇକେଲ ମଧ୍ୟ ପଡିରହିଛି । ମୃତ ମହିଳାଙ୍କ ପରିଚୟ ଅଷ୍ଟମୀ ବକୁଲ ବୋଲି ଜଣାପଡିଛି । ତାଙ୍କ ବୟସ ୪୦ ବର୍ଷ । ପୌର ସଂସ୍ଥାର ମଇଳା ଉଠା ଗାଡି ଚଲାଉଥିଲେ ଅଷ୍ଟମୀ । ଗତକାଲି ସଂଧ୍ୟା ୬ଟାରୁ ନିଖୋଜ ଥିଲେ । ସିସିଟିଭି ଫୁଟେଜ ଅନୁଯାୟୀ ସେ ଗତକାଲି ସନ୍ଧ୍ୟାରେ ୱେଷ୍ଟ ମ୍ୟାନେଜମେଣ୍ଟ ପାଖରେ ଗାଡି ରଖିଥିଲେ । ଏହାପରେ ସେଠାରୁ ସେ ଚାଲିଯାଇଥିବା ଦେଖିବାକୁ ମିଳିଛି । ତେବେ ଫେରିବା ବାଟରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ମହିଳା କର୍ମଚାରୀଙ୍କୁ ସନ୍ଧ୍ୟାରେ କାମ କରିବାକୁ ମ୍ୟୁନିସିପାଲଟି ବାଧ୍ୟ କରୁଥିବା ପୌର ସଂସ୍ଥାର ଅନ୍ୟ କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ତାହା ଜଣାପଡ଼ିନାହିଁ । ଟାଉନ ପୁଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି ।