Friday, March 29, 2024

Top 5 This Week

Related Posts

ସୋନପୁର ରୁ ଡୁଙ୍ଗୁରିପାଲି ଯାଏ ନିର୍ମାଣ ହେବ ୨୦୦ କୋଟି ଟଙ୍କାର ୪ ଲେନ ରାସ୍ତା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୫/୯) : ସୋନପୁର ରୁ ଡୁଙ୍ଗୁରିପାଲି ଯାଏ ନିର୍ମାଣ ହେବ ୪ ଲେନ ରାସ୍ତା । ସୁବର୍ଣ୍ଣପୁର ଜିଲ୍ଲା ର ସୋନପୁର, ବିନିକା, ରାମପୁର ଓ ଡୁଙ୍ଗୁରିପାଲି ରାସ୍ତା ର ପ୍ରଶସ୍ତିକରଣ କରିବା ପାଇଁ ରାଜ୍ୟ ସରକାର ଗତଥର ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୨୦୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି ।

ଏହି ପ୍ରକଳ୍ପ ଦ୍ୱାରା ସୋନପୁର, ବିନିକା, ରାମପୁର ଓ ଡୁଙ୍ଗୁରିପାଲି ଅଞ୍ଚଳ ର ଲୋକେ ଯାତାୟାତ ସୁବିଧା ହେବାକୁ ଥିବା ବେଳେ କଳାହାଣ୍ଡି, ବଲାଙ୍ଗୀର, ବରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲା କୁ ଯୋଡିବା ସହିତ ଦୂର ଦୁରାନ୍ତ ସହର ବ୍ୟବସାୟ କେନ୍ଦ୍ର ରାୟପୁର ସିଟି କୁ ମଧ୍ୟ ଯୋଡିବାରେ ସୋନପୁର ରୁ ଡୁଙ୍ଗୁରିପାଲି ଯାଏ ନିର୍ମାଣ ହେବାକୁ ଥିବା ଏ ରାସ୍ତା ଦ୍ୱାରା ସହଜ ହେବ । ଯା ଦ୍ୱାରା କି ଏହି ଚାରୋଟି ଜିଲ୍ଲା ସମେତ ସାରା ପଶ୍ଚିମ ଓଡ଼ିଶା ର ସାମାଜିକ ଓ ଅର୍ଥନୈତିକ ବିକାଶ ଘଟିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଥିଲେ ।

ଏହି ୫୪ କିମି ପ୍ରକଳ୍ପ ଆଗାମୀ ୧୮ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଏହି ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟରେ ୨୦୦ କୋଟି ଟଙ୍କା ର ଅନୁମୋଦନ ମିଳିଛି ଓ ଏଥି ଲାଗି ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ବୋଲି କହିଥିଲେ । ଏହାକୁ ନେଇ ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଡୁଙ୍ଗୁରିପାଲି ଆର.ଏମ.ସି. ସଭା ଗୃହ ଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ସହ ଏହି ମେଗା ଓ ଐତିହାସିକ ପ୍ରକଳ୍ପ ପାଇଁ ଜିଲ୍ଲାବାସୀ ଙ୍କ ତରଫରୁ ଶ୍ରୀ ପୂଜାରୀ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ୍ ଦେଇଛନ୍ତି ।

Popular Articles