Related Contents

ଅଜଣା ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପରେ ନାଳ ପାର ହୋଇ ସଂପୃକ୍ତ ଅଞ୍ଚଳରେ ପହଁଚିଲେ ଡାକ୍ତରୀ ଟିମ୍

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୧୧/୦୯): ରାୟଗଡା ଜିଲ୍ଲା ଗୁଡାରୀ ବ୍ଲକ ଶିରିଗୁଡା ପଞ୍ଚାୟତର ବଡପଙ୍କାଳ ଏବଂ ଚୁଲିପଡା ଗ୍ରାମରେ ଏବେ ଅଜଣା ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ଏହା ଜାଣିଲା ପରେ ଆଜି ସଂପୃକ୍ତ ଅଞ୍ଚଳରେ ଭରାନଇ ପାରହୋଇ ଡାକ୍ତର ଟିମ୍ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି ।

ଡାକ୍ତର ଆରୁପାନନ୍ଦ ବେହାରଙ୍କ ନେତୃତ୍ବରେ ଦୁଇଜଣ ଡାକ୍ତର ଜଣେ ଫାରମାଷିଷ୍ଟ ଜଣେ ସୁପରଭାଇଜର ପ୍ରଭାବିତ ଅଞ୍ଚଳକୁ ଯାଇ ଚିକିତ୍ସା ସେବା କରିଥିଲେ । ବଡପଙ୍କାଳ ଗ୍ରାମରେ ଗୋଟିଏ କ୍ୟାମ୍ପ ଏବଂ ଚୁଲିପଡା ଗ୍ରାମରେ ଗୋଟିଏ କ୍ୟାମ୍ଫ କରି ମୋଟ ଦୁଇଟି ଗ୍ରାମରେ ୧୦୦ଜଣଙ୍କ ରକ୍ତ ନମୁନା ସଂଗ୍ରହ କରିଥିଲେ । ମେଲେରିଆରେ ୪ ଜଣ, ଥଣ୍ଡାଖାସ ଜ୍ବରରେ ୧୬ ଜଣ ଏବଂ ଅନ୍ୟାନ୍ୟ ରୋଗରେ ୨୬ ଜଣ, ୬୦ଜଣ ଥଣ୍ଡାରେ ଆକ୍ରାନ୍ତ ଥିବା ଜଣାପଡିଛି । ତେବେ ଗତଦୁଇଦିନ ଲଗାତାର ରୋଗିଙ୍କୁ ଖଟରେ ବୋହି ଆଣି ବଡପଙ୍କାଳ ନାଳପାର କରୁଥିବା ଏବଂ ସଠିକ ସମୟରେ ଚିକିତ୍ସା ସେବା ନ ପାଇପାରି ଆକ୍ରନ୍ତଙ୍କ ସଂଖ୍ୟା ବଢ଼ିବାରେ ଅଭିଯୋଗ ପରେ ଆଜି ସପୃକ୍ତ ଅଞ୍ଚଳରେ ଡାକ୍ତର ଟିମ ପହଞ୍ଚି ସ୍ବାସ୍ଥ୍ୟ ପରୀକ୍ଷା ନିରିକ୍ଷାକରି ଫେରିଛନ୍ତି । ଏବଂ ଗ୍ରାମବାସୀ ଚିକିତ୍ସା ସେବା ପାଇଁ ଅତ୍ୟନ୍ତ ଖୁସିଥିବା କହିଛନ୍ତି ।

Leave a Reply

This site uses Akismet to reduce spam. Learn how your comment data is processed.