ଗାଈ ଗୁହାଳ ଦର୍ଶାଇ ଜାଲ କାଗଜପତ୍ର କରି ଲକ୍ଷ ଲକ୍ଷ ଟଙ୍କାର ହଡପ : ପ୍ରକୃତ ହିତାଧିକାରୀ ବଞ୍ଚିତ

0
193

ରିପୋର୍ଟ : ସୁନୀଲ ଆଚାର୍ଯ୍ୟ
ବଲାଙ୍ଗୀର,ତା(୧୧/୦୮) : ବଲାଙ୍ଗୀର ଜିଲ୍ଲାରେ ଇତି ମଧ୍ୟରେ ଗାଈ ଗୁହାଳ ଦର୍ଶାଇ ଖୋଲମଖୁଲା ଲକ୍ଷ ଲକ୍ଷ ଟଙ୍କାର ହଡପ କରିଥିବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ସରକାରୀ ଭାବେ ତଦନ୍ତ ପରିସର ଭୁକ୍ତ ଥିବା ବେଳେ ଓ ତଦନ୍ତ ଚାଲିଥିବା ସରକାରୀ ଭାବେ ଦର୍ଶାଯାଇଛି ।ଗାଈ ଗୁହାଳ ଦର୍ଶାଇ

ଏବେ ଜିଲ୍ଲାର ଟିଟିଲାଗଡ଼ ସବ୍ଡିବିଜନ ଅଞ୍ଚଳରେ କେବଳ ଗାଈ ଗୁହାଳ ଦର୍ଶାଇ ସରକାରୀ ପ୍ରମାଣପତ୍ର ସହ ଉକ୍ତ ଜାଗା ରେ ଜାଲିଆଇତି ଅଭିଯୋଗ ହୋଇଛି । ସରକାରୀ ନିୟମ କୁ ଉଲଂଘନ କରି ତଥା ଜାତି ଅନୁଯାୟୀ ଜମି କିଣା ବିକା ନ କରି ଟିଟିଲାଗଡ଼ ଥାନା ଅନ୍ତର୍ଗତ ଘଂଟବା ହାଲି ଗ୍ରାମର ଆଦିବାସୀ ତଥା ଜାତିରେ କନ୍ଧ ହୋଇଥିବା ହାତୀରମ ମାଝୀ ଓ ତାଙ୍କ ପରିବାର ଲୋକ ଙ୍କ ଜମି ଖାତା ନମ୍ବର-୬୪ ର ସମସ୍ତ ପ୍ଲଟ ଗୁଡିକୁ ନୀଳ ସିକା ଓ ଅନ୍ୟ ପରିବାର ବର୍ଗ ଜାତିରେ ଏସ.ସି.,ଏସ.ଟି. ନ ହୋଇ ସରକରୀ ଭାବେ ଖତିଆନ ନମ୍ବର ୧୦୫/୧୬୦ କୁ ହାତେଇ ନେଇଛନ୍ତି ।

ଏପରି ଅନେକ ସଂଖ୍ୟା ରେ ଜାଲିଆତି ମାମଲା ଅଭିଯୋଗ ହୋଇଆସୁଛି । ଉକ୍ତ ଜାଲିଆତିରେ ବିଭାଗୀୟ ଅଧିକାରୀ ସମ୍ପୂର୍ଣ ରୂପେ ଜଡ଼ିତ ଥିବା ଓ ଗାଇଗୁହାଳ ପରି ବିଭିନ୍ନ ଯୋଜନା ର ଲାଭ ଉଠେଇ ଚାଲୁଥିବା ବେଳେ ପ୍ରକୃତ ହିତାଧିକାରୀ ଏଥିରୁ ବାଦ ପଡୁଛନ୍ତି ।

ଏ ନେଇ ଜିଲ୍ଲାପାଳ ବଲାଙ୍ଗୀର ଙ୍କ ନିକଟରେ ଅଭିଯୋଗ ହୋଇଥିବା ବେଳେ ଉକ୍ତ ପ୍ରକୃତ ହିତାଧିକାରୀ ଙ୍କୁ କିଭଳି ସୁଫଳ ମିଳିବ ସେ ନେଇ ଆଦିବାସୀ ସଂଘ ବରିଷ୍ଠ ସଦସ୍ୟ ବିସିକେସନ ଜାନୀ ଦାବି କରିଛନ୍ତି ।