କଳାହାଣ୍ଡି ସାମ୍ବାଦିକ ସଂଘ ର ପରିବର୍ଦ୍ଧିତ ସାଧାରଣ ପରିଷଦ ବୈଠକ ଏବଂ ସମ୍ବର୍ଦ୍ଧନା ସମାରୋହ

0
210
କଳାହାଣ୍ଡି ସାମ୍ବାଦିକ ସଂଘ

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, ତା (୨୪/୦୯) : ତୃଣମୂଳ ସ୍ତର ର ଆବଶ୍ୟକତା ଅନୁସାରେ ସମାଜ ର ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ସେସବୁର ସମାଧାନ ପାଇ ଚେଷ୍ଟା କରିବା ସହିତ ଲକ୍ଷ୍ମଣ ରେଖା ମଧ୍ୟରେ ଅନୁସନ୍ଧାନ ମୂଳକ ସତ୍ୟ ସମ୍ବାଦ ପରିବେଷଣ କରିବା ପାଇଁ ସାମ୍ବାଦିକ ଅଧିକ ଯତ୍ନବାନ ହେବା ଉଚିତ ବୋଲି କଳାହାଣ୍ଡି ସାମ୍ବାଦିକ ସଂଘ ତରଫରୁ ଦିଆଯାଇଥିବା ସମ୍ବର୍ଦ୍ଧନା ର ଉତ୍ତର ଦେଇ ବର୍ଷୀୟାନ ସାମ୍ବାଦିକ ପୂର୍ବ ସାଂସଦ ତଥା ପୂର୍ବ ମନ୍ତ୍ରୀ ଶ୍ରୀଯୁକ୍ତ ରାସ ବିହାରୀ ବେହେରା ପ୍ରକାଶ କରିଥିଲେ ।WhatsApp Image 2022 09 24 at 9.18.34 PM କଳାହାଣ୍ଡି ସାମ୍ବାଦିକ ସଂଘ ର ପରିବର୍ଦ୍ଧିତ ସାଧାରଣ ପରିଷଦ ବୈଠକ ଏବଂ ସମ୍ବର୍ଦ୍ଧନା ସମାରୋହ

ଅସି ଠାରୁ ମଶୀ ବଳୀୟାନ, ଶକ୍ତିଶାଳୀ ଅନ୍ୟାୟ ବିରୁଦ୍ଧରେ ଯେମିତିକି ଶାଣିତ କଲମ ଚାଳନା ଦ୍ୱାରା ସଂଗ୍ରାମ କରିହେବ ବୋଲି ପ୍ରକାଶ କରିବା ସହ ଋଷ-ୟୁକ୍ରେନ ଯୁଦ୍ଧ ର ଉଦାହରଣ ଦେଇ ସ୍ୱାଭିମାନୀ ମଣିଷ ଶେଷ ହୋଇଯିବ ପଛେ କେବେ ନଇଁ ପଡିବ ନାହିଁ ବୋଲି କଳାହାଣ୍ଡି ସାମ୍ବାଦିକ ସଂଘ ର ପରିବର୍ଦ୍ଧିତ ସାଧାରଣ ପରିଷଦ ବୈଠକରେ ଶ୍ରୀ ବେହେରା ପ୍ରକାଶ କରିଥିଲେ । ସମୟ ସ୍ରୋତରେ ସାମ୍ବାଦିକ ମାନେ ଏକଜୁଟ ହୋଇ ସଙ୍ଗଠନକୁ ଆଗକୁ ନେବାକୁ ରାଜ୍ୟ ସାମ୍ବାଦିକ ସଂଘ ର ବରିଷ୍ଠ ଉପସଭାପତି ଶ୍ରୀ କୀର୍ତ୍ତି ଚନ୍ଦ୍ର ସାହୁ ସାରଗର୍ଭକ ଉଦବୋଧନ ଦେଇଥିଲେ ।

ଆଗାମୀ ଦିନରେ ସାମ୍ବାଦିକ ମାନଙ୍କ କଲ୍ୟାଣ କିପରି ଭାବେ ହୋଇପାରିବ ସେଥିପ୍ରତି ସଂଘ ମାଧ୍ୟମରେ ଯତ୍ନବାନ ହେବାକୁ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ପ୍ରଶାନ୍ତ ପାଢ଼ୀ ଆଲୋଚନା ମାଧ୍ୟମରେ ପ୍ରକାଶ କରିଥିଲେ । ଗତ କରୋନା ସମୟରେ ରାଜ୍ୟ ସାମ୍ବାଦିକ ସଂଘ ଏଶୟୁଜେ ତରଫରୁ ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ଭାବରେ ଘୋଷଣା କରିବାକୁ ଦାବି କରିବା ସହିତ କଳାହାଣ୍ଡି ର ଦିବଙ୍ଗତ ସାମ୍ବାଦିକ ରୋହିତ ବିଶ୍ୱାଳ ପରିବାରକୁ ସରକାରୀ ସହାୟତା ଦେବାକୁ ଦାବି କରି ସଫଳ ହୋଇଥିବା ବିଷୟ ରାଜ୍ୟ ସମ୍ପାଦକ ଶ୍ରୀ ମହେନ୍ଦ୍ର ଦର୍ଜି ପ୍ରକାଶ କରିଥିଲେ ।

ସାମ୍ପ୍ରତିକ ପରିସ୍ଥିତିରେ ସାମ୍ବାଦିକ ମାନେ ଏକଜୁଟ ହୋଇ ସାମାଜିକ ସମସ୍ୟା ର ସମାଧାନ କରିବାକୁ ଚେଷ୍ଟିତ ହେବା ଆବଶ୍ୟକ ଏବଂ ଆପଣଙ୍କ ସହଯୋଗରେ ଏସ.ୟୁ.ଜେ. ଏବଂ ଜାତୀୟ ସାମ୍ବାଦିକ ସଂଘ ଅଧିକ ସୁଦୃଢ ହେବା ସହ ଆପଣଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବ ବୋଲି ଜାତୀୟ ସାମ୍ବାଦିକ ସଂଘ ର ସମ୍ପାଦକ ପ୍ରକାଶ କରିଥିଲେ । କଳାହାଣ୍ଡି ସାମ୍ବାଦିକ ସଂଘ ର ସଭାପତି ମହମ୍ମଦ ଅଲି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ବୈଠକରେ ରାଜ୍ୟ ଉପ ସଭାପତି ଦୁଷ୍ମନ୍ତ କୁମାର ପଣ୍ଡା ଯୋଗଦେଇ ବର୍ତ୍ତମାନ ପରିସ୍ଥିତିରେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ଏକଜୁଟ ହୋଇ ଲକ୍ଷ୍ମଣ ରେଖା ମଧ୍ୟରେ ରାୟ ସେସବୁର ସମାଧାନ କରିବାକୁ ଆହ୍ୱାନ କରିଥିଲେ ।

ଛିଣ୍ଡି ପଡିଥିବା ଅଙ୍ଗୁର ଠାରୁ ପେନ୍ଥା ଅଙ୍ଗୁର ର ମୂଲ୍ୟ ଅଧିକ ଥିବା ଉଦାହାରଣ ଦେଇ ସମସ୍ତେ ଏକଜୁଟ ହେବାକୁ ଆହ୍ୱାନ ଜଣାଇଥିଲେ । ବିଗତ ଦିନରେ କଳାହାଣ୍ଡି ସାମ୍ବାଦିକ ସଂଘ ତରଫରୁ ବହୁ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଅନେକ କାର୍ଯ୍ୟକ୍ରମ କରିଥିବା ବିଷୟ ଉଲ୍ଲେଖ କରି ଆଗାମୀ ଦିନରେ ମଧ୍ୟ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ପ୍ରକାଶ କରିଥିଲେ ।

ଜିଲ୍ଲା ସଭାପତି ମହମ୍ମଦ ଅଲି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଦ୍ଵିତୀୟ ପର୍ଯ୍ୟାୟ ବୈଠକରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ସାଂସଦ ତଥା ପୂର୍ବତନ ମନ୍ତ୍ରୀ ବର୍ଷୀୟାନ ସାମ୍ବାଦିକ ଶ୍ରୀ ରାସ ବିହାରୀ ବେହେରା ମୁଖ୍ୟ ଅତିଥି ଭାବେଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜାତୀୟ ସାମ୍ବାଦିକ ସଂଘ ର ସମ୍ପାଦକ ଅଜୟ ସାହୁ ଓ କାର୍ଯ୍ୟକାରୀ ସଭ୍ୟ ବବୁଲ ସିଂହ, ରାଜ୍ୟ ସାମ୍ବାଦିକ ସଂଘ ର ଉପସଭାପତି କୀର୍ତି ଚନ୍ଦ୍ର ସାହୁ ଓ ଦୁଷ୍ମନ୍ତ କୁମାର ପଣ୍ଡା, ସାଧାରଣ ସମ୍ପାଦକ ପ୍ରଶାନ୍ତ ପାଢ଼ୀ, ସମ୍ପାଦକ ମହେନ୍ଦ୍ର କୁମାର ଦର୍ଜୀ ଓ ବିଭୁପ୍ରସାଦ ପଣ୍ଡା ଯୋଗ ଦେଇଥିଲେ । ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ତଥା ଜିଲ୍ଲା ସାଧାରଣ ସମ୍ପାଦକ ଜଗମୋହନ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ବରିଷ୍ଠ ସାମ୍ବାଦିକ, ରାମ କୁମାର ସେନାପତି, ସୁଜିତ କୁମାର ବେହେରା, ନିରଞ୍ଜନ ଗୌଡ, ତୁଳମଣି ନାଗ, ବିକାଶ ଷଡଙ୍ଗୀ, ପରମାନନ୍ଦ ଠାକୁର, ଚକ୍ରଧର ବେହେରା, ରଘୁମଣି ପୂଜାରୀ, ଅଶୋକ ସାହୁ, ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପୂଜ୍ୟ ପୂଜା ର ପରମ୍ପରା ଆରମ୍ଭ କରି ଛାତ୍ରଜୀବନରୁ ସାମ୍ବାଦିକତା କରି ଜନମାନସରେ ଆଦୃତ ହୋଇ ଭବାନିପାଟଣା ମ୍ୟୁନିସିପାଲିଟି ର ଅଧ୍ୟକ୍ଷ, ବିଧାୟକ ତଥା ସାଂସଦ ଏବଂ ରାଜ୍ୟର କେବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିବା ଏବଂ ବୟସ ର ଅପରାହ୍ନରେ ମଧ୍ୟ ସାହିତ୍ୟ ସାଧନାରେ ବ୍ରତୀ ଥାଇ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରଷ୍କାର ପ୍ରାପ୍ତ ବର୍ଷୀୟାନ ସାମ୍ବାଦିକ ସାହିତ୍ୟିକ ଶ୍ରୀଯୁକ୍ତ ରାସ ବିହାରୀ ବେହେରା ଙ୍କୁ ଜୀବନ ବ୍ୟାପି ସାଧନ ପାଇ ସମ୍ମାନିତ କରାଯାଇଥିଲା ।WhatsApp Image 2022 09 24 at 9.18.24 PM କଳାହାଣ୍ଡି ସାମ୍ବାଦିକ ସଂଘ ର ପରିବର୍ଦ୍ଧିତ ସାଧାରଣ ପରିଷଦ ବୈଠକ ଏବଂ ସମ୍ବର୍ଦ୍ଧନା ସମାରୋହ

କଳାହାଣ୍ଡି ଜିଲ୍ଲା ର ସର୍ବ କନିଷ୍ଠ ସାମ୍ବାଦିକ ଭାବେ ୨୧ ବର୍ଷୀୟ ବାଳ କୁମାର ସାହୁ ଏବଂ ଧର୍ମରାଜ ସାହୁ ଙ୍କୁ ସମ୍ମାନିତ କରାଯାଇଥିଲା । ଦୃଢ ସଂଗଠକ ଓ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲା ସଭାପତି ଏବଂ ଦୁଷ୍ମନ୍ତ କୁମାର ପଣ୍ଡାଙ୍କୁ ରାଜ୍ୟ ସାମ୍ବାଦିକ ସଂଘ ତରଫରୁ ସମ୍ମାନିତ କରାଯାଇଥିଲା । ସେହିପରି ଜିଲ୍ଲା ର ଏକ ମାତ୍ର ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ପୂର୍ବ ସାଂସଦ ସ୍ୱର୍ଗତ ସୁବାଶ ନାୟକ ଙ୍କୁ ମରଣୋତ୍ତର ଭାବେ ସମ୍ମାନିତ କରାଯାଇଥିଲା ଶେଷରେ ଜିଲ୍ଲା ର ନୂତନ କାର୍ଯ୍ୟକର୍ତ୍ତା ମାନଙ୍କ ନାମ ରାଜ୍ୟ ଉପସଭାପତିଙ୍କ ଦ୍ୱାରା ଘୋଷଣା କରାଯାଇଥିଲା ।

ମହମ୍ମଦ ଅଲି ସଭାପତି, ଦୁଷ୍ମନ୍ତ କୁମାର ପଣ୍ଡା କାର୍ଯ୍ୟକାରୀ ସଭାପତି ବିଭୂଟି ଭୂଷଣ ମାହାକୁଡ, ସୁଜିତ କୁମାର ବେହେରା ଓ ରାମ କୁମାର ସେନାପତି ଉପ ସଭାପତି, ଜଗମୋହନ ପଟ୍ଟନାୟକ ସାଧାରଣ ସମ୍ପାଦକ, ଦୁଃଖୀଷୟମ ପ୍ରଧାନ ଯୁଗ୍ମ ସମ୍ପାଦକ, ବିକାଶ ଷଡଙ୍ଗୀ ସଂଗଠନ ସମ୍ପାଦକ, ନିରଞ୍ଜନ ଗୌଡ, ଚକ୍ରଧର ବେଶରା, ତୁଳମଣି ନାଗ ଓ ପରମାନନ୍ଦ ଠାକୁର ସମ୍ପାଦକ, ଅମିତ କୁମାର ଅଗ୍ରୱାଲ କୋଷାଧ୍ୟକ୍ଷ, ହିରଣ୍ୟ ବେହେରା, ସଞ୍ଜୟ ସିଂହ, ଚିତ୍ରସେନ ବାଗ, ବିଜୟ ମହାକୁଡ, ରଘୁମଣି ପୂଜାରୀ, ନୟନ କୁମାର ପଣ୍ଡା, ସ୍ନିଗଧା ରାଣୀ ସିଂହ, ଅମଜାଦ ଖାନ, ସୁଶାନ୍ତ ମଲ୍ଲିକ, ମନସୁର ଇଲାହି ଙ୍କୁ କାର୍ଯ୍ୟକାରୀ ସଭ୍ୟ ଭାବେ ମନୋନୀତ କରାଯାଇଥିଲା । କାର୍ଯ୍ୟକ୍ରମରେ ଲକ୍ଷ୍ମୀ ବାଗ, ସଂଗ୍ରାମ ପାତ୍ର, ଅଜିତ ପୂଜାରୀ, ଜଗଦୀଶ ନାଏକ, ଗଣେଶ ବାଗ, କ୍ଷୀରୋଦ ମଙ୍ଗରାଜ ପ୍ରମୁଖ ସମସ୍ତେ ସହଯୋଗ କରିଥିଲେ ।