ବାପା ମାଁ ଛେଉଣ୍ଡ ତିନି ସନ୍ତାନ ଯିବେ ଅନାଥାଶ୍ରମ

0
125
ବାପା ମାଁ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା (୨୪/୦୯) : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଅଲଣ୍ଡା ପଞ୍ଚାୟତ ମୁଖ୍ୟାଳୟରେ ରହୁଥିବା ଏକ ପରିବାର ର ବାପା ମାଁ ଙ୍କ ମୃତ୍ୟୁ ପରେ ତାଙ୍କ ତିନୋଟି ସନ୍ତାନ ଅନାଥ ଓ ବେସାହାରା ହୋଇଯାଇଛନ୍ତି ।

ବିଡିଓଙ୍କ ପ୍ରତିଶ୍ରୁତି ଅନୁଯାୟୀ ବାପା ମାଁ ଛେଉଣ୍ଡ ତିନି ସନ୍ତାନ ଯିବେ ଅନାଥାଶ୍ରମ । ଘଟଣାନୁଯାଇ ୧୩ ବର୍ଷ ତଳେ ରତ୍ନମଣୀ ରଣା ଓ ରୁକ୍ମଣୀ ରଣା ବିବାହ ବନ୍ଧନରେ ବାନ୍ଧିହୋଇ ୫ ବର୍ଷ ମଧ୍ୟରେ ତିନୋଟି ସନ୍ତାନ କୁ ନେଇ ବେଶ ଆରାମରେ ହସଖୁସି ର ସଂସାର ଚଳାଉଥିଲେ । ତେବେ ପାଖାପାଖି ୭ ବର୍ଷ ତଳେ କୌଣସି ଅଜଣା ରୋଗ ର ଶିକାର ହୋଇ ରତ୍ନମଣୀ ଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ଭାଙ୍ଗି ନ ପଡି ସ୍ତ୍ରୀ ରୁକ୍ମଣୀ ତିନୋଟି ସନ୍ତାନ କୁ ନେଇ ଯେମିତି ସେମିତି ପ୍ରତିପୋଷଣ କରି ପରିବାର ଚଳାଇ ନେଉଥିଲେ ।

କିନ୍ତୁ ଚାରି ଦିନ ତଳେ ମଙ୍ଗଳବାର ଦିନ ହାର୍ଟ ଷ୍ଟୋକ ଯୋଗୁଁ ରୁକ୍ମଣୀଙ୍କ ମଧ୍ୟ ମୃତ୍ୟୁ ହୋଇଯାଇଛି । ଏବେ ତିନୋଟି ଶିଶୁ ଦୁଇ ଝିଅ ଓ ଗୋଟିଏ ପୁଅ ବଡଝିଅ ସୁରେଖା ରଣା ୧୨ ବର୍ଷ ସପ୍ତମ ଶ୍ରେଣୀ, ମଝିଆ ଝିଅ ରଞ୍ଜିତା ରଣା ୮ ବର୍ଷ ତୃତୀୟ ଶ୍ରେଣୀ ଓ ସାନ ପୁଅ ପ୍ରଧାନୀ ରଣା ୭ ବର୍ଷ ଦ୍ଵିତୀୟ ଶ୍ରେଣୀରେ ପାଠ ପଢୁଛନ୍ତି । ଏମାନେ ବାପା ମାଁଙ୍କୁ ହରାଇ ଅନାଥ ଓ ବେସାହାରା ହୋଇ ଯାଇଛନ୍ତି । ଭାଗ୍ୟକୁ ରତ୍ନମଣୀଙ୍କ ଗୋଟିଏ ଭଉଣୀ ସୌଭାଗ୍ୟ ରଣା (ବ-୫୦) ଅଛନ୍ତି । ଯାହାଙ୍କ ବିବାହ ବିଚ୍ଛେଦ ହୋଇ ସେ ନିଜ ଭାଇ ଘରେ ରହୁଥିଲେ ହେଲେ ସେ ମଧ୍ୟ ରୋଗୀଣା । ସେ ନିଜେ ନିଜକୁ ସମ୍ଭାଳିବା ମୁସ୍କିଲ । ଏମିତିରେ ତିନୋଟି କୁନି କୁନି ଶିଶୁମାନଙ୍କ ଭାଗ୍ୟ ଏବେ ଅନ୍ଧକାର ହୋଇ ପଡିଛି । ସେମାନେ କୋଉଠାକୁ ଯିବେ ? କଣ କରିବେ ? କାହା ସହ ରହିବେ ? କେମିତି ପାଠ ପଢିବେ ? କିଏ ଦୁଇଓଳି ଖାଇବାକୁ ଦବ ? କ’ଣ କରିବେ ? କିଛି ବୁଝି ପାରୁନାହାଁନ୍ତି ।

ଖବର ପାଇ ଅଳଣ୍ଡା ସରପଞ୍ଚଙ୍କ ପ୍ରତିନିଧି ଯୁବରାଜ ବାଗ ପହଞ୍ଚି ତାଙ୍କୁ ସାନ୍ତ୍ୱନା ଦେବା ସହ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ଦେବାସହ ଦଶାହ କାର୍ଯ୍ୟରେ ମଧ୍ୟ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇ ଆଗକୁ ତିନିଜଣ ଶିଶୁକୁ ତାଙ୍କର ଆଗାମୀ ଭବିଷ୍ୟତ ସୁଦୃଢ କରିବା ପାଇଁ କିପରି ଗୋଟିଏ ଜାଗାରେ ଥଇଥାନ କରାଯିବ ସେ ନେଇ ତାଙ୍କ ନିକଟ ସମ୍ପର୍କିୟ ଓ ପଡୋଶୀଙ୍କ ସହ ଆଲୋଚନା କରିଥିଲେ ଶ୍ରୀ ବାଗ । ପରେ ବଙ୍ଗୋମୁଣ୍ଡା ବ୍ଲକ ବିଡିଓ ରିପୁନାଥ ସୁନାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ବିଡିଓ ଶ୍ରୀ ସୁନା ଜିଲ୍ଲାରେ ଥିବା ଭଲ ଅନାଥାଶ୍ରମ କୁ ପଠାଇବା ପାଇଁ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ବାଗ ସୁଚନା ଦେଇଛନ୍ତି ।