ଯାଜପୁର ପୋଲିସକୁ ଆଉ ଏକ ସଫଳତା, ବେପାର ବେଳେ ଧାରା ପଡ଼ିଲେ ୨ବ୍ରାଉନ ସୁଗାର ବ୍ୟବସାୟୀ

ରିପୋର୍ଟ: ସତ୍ୟଜିତ ବାରିକ
ଯାଜପୁର(୧୧/୦୯/୨୦୧୯): ବ୍ରାଉନ ସୁଗାର କାରବାର କରୁଥିବା ବେଳେ ଧରାପଡିଲେ ଦୁଇ ବ୍ୟବସାୟୀ । ଯାଜପୁର ଥାନା ଆର.ଏମ.ସି ମାର୍କେଟ ଅଞ୍ଚଳରେ ବ୍ରାଉନସୁଗାର କାରବାର ହେଉଥିବା ଖବର ପାଇ ଯାଜପୁର ପୋଲିସ ଚଢ଼ାଉ କରିଥିଲା ।

ଚଢ଼ାଉ ସମୟରେ ଦୁଇ ବ୍ୟବସାୟୀ ପୋଲିସ କବଜାରେ ଧରା ପଡିଥିଲେ । ଗିରଫ ୨ଅଭିଯୁକ୍ତ ହେଲେ ରାଉତରାପୁର ଗାଁର ଶୁଭ୍ରାଂଶୁ ଶେଖର ରାଉତ ଏବଂ ବିଂଝାରପୁର ଥାନା ଅଞ୍ଚଳର ବଡ଼ ମହଲା ଗାଁର ଅସରଫ ଅଲି ଖାଁ । ସେମାନଙ୍କ ନିକଟରୁ ୪.୦୩ ଗ୍ରାମ ବ୍ରାଉନସୁଗାର,୨ଟି ମୋବାଇଲ ଏବଂ ନଗଦ ଟଙ୍କା ଜବତ କରାଯାଇଛି । ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଘଟଣାରେ ଅନ୍ୟ କେହି ଅଭିଯୁକ୍ତ ଅଛନ୍ତି କି ନାହିଁ ସେ ନେଇ ପୋଲିସ ତଦନ୍ତ ଜାରି ରହିଛି ବୋଲି ଯାଜପୁର ଏସ ଡିପିଓ ରବୀନ୍ଦ୍ର କୁମାର ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି |

Comments are closed.