ପଦ୍ମପୁର ୱିନର୍ ବ୍ରାଇଟ ଫ୍ୟୁଚର୍ ସ୍କୁଲରେ ଜେଜେ ମାଁ ଜେଜେ ବାପା ସମ୍ମିଳନୀ

ରିପୋର୍ଟ: ଜଗବନ୍ଧୁ ସାହୁ
ପଦ୍ମପୁର(୧୧/୦୯): ବରଗଡ଼ ଜିଲ୍ଲା ପଦ୍ମପୁର ସ୍ଥିତ ୱିନର୍ ବ୍ରାଇଟ୍ ସ୍କୁଲରେ ଜେଜେ ମାଁ ଜେଜେ ବାପା ସମ୍ମିଳନୀ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷା ଅପାଳୀ ଅପରାଜିତା ଦାସ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍କୁଲ ଚେୟାରମ୍ୟାନ ଶ୍ରୀକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ।

ଅଧ୍ୟକ୍ଷା ଦାସ ସ୍ବାଗତ ଭାଷଣ ସହ ବିବରଣୀ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସହକାରୀ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି କାଲସା ସଭା ପରିଚାଳନା କରିଥିଲେ । ପ୍ରାରମ୍ଭରେ ଛାତ୍ରଛାତ୍ରୀ ମାନେ ନିମନ୍ତ୍ରିତ ସମସ୍ତ ଅତିଥି ଓ ଅଭିଭାବକ ଅଭିଭାବିକା ମାନଙ୍କୁ ଫୁଲଚନ୍ଦନ ଦେଇ ପାଦଛୁଇଁ ଆଶିଷ କାମନା କରିଥିଲେ । ଉପସ୍ଥିତ ଅତିଥି, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଅଭିଭାବିକା ମାନେ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ ।

ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ନାଚଗୀତ ର କାର୍ଯ୍ୟକ୍ରମ ହୋଇଥିଲା । ଶିକ୍ଷକ କୃପାସିନ୍ଧୁ ଭୋଇ, ରାଜକିଶୋର ବେହେରା, ଜୟନ୍ତୀ ମେହେର, ଶ୍ରଦ୍ଧାଞ୍ଜଳୀ କାଲସା, ଦିବ୍ୟା ଦାସ, ରୁକସାର କୁରେସୀ, ତିଲୋତ୍ତମା ପାତ୍ର, କବିତା ପଣ୍ଡା, ରଶ୍ମିରାଣୀ ମିଶ୍ର, ଟ୍ବିଙ୍କିଲ ମିଶ୍ର, ବିଜୟା ଖର୍ସେଲ, ମଧୁସ୍ମିତା ବିଭାର, ଜୟନ୍ତୀ ହରିପାଲ, ଆକାଂକ୍ଷା ଭେସ୍ରା, ଟ୍ରିଜା କେର୍କେଟା ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ସହକାରୀ ଶିକ୍ଷକ ବ୍ରଜମୋହନ ମେହେର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.