ଘେଁସ ବନାଞ୍ଚଳର ଆମ ଜଙ୍ଗଲ ଯୋଜନା ପକ୍ଷରୁ ନିଶୁଳ୍କ ଏଲ୍.ପି.ଜି. ଗ୍ୟାସ ବଣ୍ଟନ

ରିପୋର୍ଟ: ଜଗବନ୍ଧୁ ସାହୁ
ପଦ୍ମପୁର(୧୧/୦୯): ବରଗଡ଼ ଜିଲ୍ଲା ଘେଁସ ବନାଞ୍ଚଳ ଆମ ଜଙ୍ଗଲ ଯୋଜନା ପକ୍ଷରୁ ସାଲେପାଲି ଠାରେ ନିଶୁଳ୍କ ଏଲ.ପି.ଜି. ଗ୍ୟାସ ବଣ୍ଟନ ହୋଇଯାଇଛି ।

ଆମ ଜଙ୍ଗଲ ଯୋଜନା ପ୍ରକଳ୍ପ ର ଉନ୍ନୟନ ଅଧିକାରୀ ଶ୍ରୀ ଅମିତ ଭରାସାଗରଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ମେଲଛାମୁଣ୍ଡା ସେକ୍ସନର ଫରେଷ୍ଟର ଶ୍ରୀ ରାଧାକାନ୍ତ କୁମ୍ଭାର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜଙ୍ଗଲ ସୁରକ୍ଷା ଓ ଜାଳେଣି ପାଇଁ ରନ୍ଧନ ଗ୍ୟାସର ବ୍ୟବହାର ଓ ଏହାର ଉପକାରୀତା ସମ୍ପର୍କରେ ଉପସ୍ଥିତ ମାଁ ଭଉଣୀ ମାନଙ୍କୁ ବିସ୍ତୃତ ଭାବରେ ବୁଝାଇଥିଲେ । ଆମ ଜଙ୍ଗଲ ଯୋଜନା ପକ୍ଷରୁ ଉଜ୍ବାଳା ଯୋଜନା ମାଧ୍ୟମରେ ସାଲେପାଲି ଗ୍ରାମର ପ୍ରାୟ ୧୫ ରୁ ଊର୍ଦ୍ଧ୍ଵ ପରିବାରଙ୍କୁ ନିଶୁଳ୍କ ରନ୍ଧନ ଏଲ୍.ପି.ଜି. ଗ୍ୟାସ ବଣ୍ଟନ କରାଯାଇଥିଲା । ଆମ ଜଙ୍ଗଲ ଯୋଜନାର ପ୍ରକଳ୍ପ ର ଦଳପତି ଶରତ କୁମାର ନାୟକ, ଉନ୍ନୟନ ଅଧିକାରୀ ଶ୍ରୀ ଗୋଲାପ ସୁନା, ସାଲେପାଲି ଗ୍ରାମର ଆଶା ଦିଦି ଶ୍ରୀମତୀ କିଶୋରୀ ତାଣ୍ଡି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

Comments are closed.