Thursday, March 28, 2024

Top 5 This Week

Related Posts

ଗୁଡ଼ାରୀ କୁ ସଂଯୋଗ କରୁଥିବା ରାସ୍ତା ଏବେ ମରଣଯନ୍ତା !

ରିପୋର୍ଟ : ଲୋକନାଥ ସାହୁ
ରାୟଗଡ଼ା, (୨୪/୦୯) : ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ କୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଏବେ ମରଣଯନ୍ତା ପାଲଟି ଥିବା ଦେଖିବାକୁ ମିଳିଛି ।

ରାସ୍ତା ଗୁଡ଼ିକରେ ବଡ଼ ବଡ ଗର୍ତ୍ତ ସୃଷ୍ଟି ହେବା ସହ ଗୁଡ଼ାରୀ କୁ ସଂଯୋଗ କରୁଥିବା ରାସ୍ତା ର ଉଭୟ ପାର୍ଶ୍ଵରେ ଗଛ ଉଠି ରାସ୍ତା ସଙ୍କୁଚିତ ହେବାରେ ଲାଗିଛି । ମୁଖ୍ୟତଃ ନାଇରା ଛକ ରୁ ଗୁଡ଼ାରୀ କୁ ସଂଯୋଗ କରୁଥିବା ପ୍ରାୟ ଆଠ କିଲୋମିଟର ରାସ୍ତାରେ ଗାତ ହୋଇଥିବା ବେଳେ ବାଲିଗୁଡ଼ା କାଜୁ ତୋଟା ନିକଟରେ ଦୀର୍ଘ ଦିନ ହେଲା ଗଛ ପଡି ରାସ୍ତା ସଙ୍କୁଚିତ ହୋଇଛି ।

ସେହିପରି ପଦ୍ମପୁର ରୁ ଗୁଡ଼ାରୀ ସଂଯୋଗ କରୁଥିବା ରାସ୍ତା ମୁଚୁକିପଦର ଛକ ରୁ ଗୁଡ଼ାରୀ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଗାତ ହୋଇଥିବା ବେଳେ ବର୍ଷା ହେଲେ ରାସ୍ତା ର ଅନେକ ସ୍ଥାନରେ ବର୍ଷା ପାଣି ଜମି ଯାଇଥାଏ । ଏହି ରାସ୍ତା ଦେଇ ପ୍ରତିଦିନ ବସ, ଗାଡି ବ୍ୟତୀତ ଅନେକ ଭାରି ଯାନ ଯାତାୟାତ କରିଥାଏ । ତେଣୁ ରାସ୍ତା ମରାମତି ର କିଛି ମାସ ପରେ ରାସ୍ତା ନଷ୍ଟ ହେବାର ଦେଖିବାକୁ ମିଳିଛି ଏବଂ ସାଧାରଣ ଜନତା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।

ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଯନ୍ତ୍ରୀ କହିଛନ୍ତି ନାଇରା ରୁ ଗୁଡ଼ାରୀ ସଂଯୋଗ କରୁଥିବା ରାସ୍ତା ମରାମତି ନିମନ୍ତେ ଟେଣ୍ଡର ପ୍ରକ୍ରିୟା ସମାପ୍ତ ହୋଇଛି ଏବଂ ଦଶହରା ପରେ କାର୍ଯ୍ୟ ଆରମ୍ଭ ହେବ ସେହିପରି ମୁଚୁକିପଦର ରୁ ଗୁଡ଼ାରୀ ରାସ୍ତା ର ଟେଣ୍ଡର ପ୍ରକ୍ରିୟା ଖୁବ ଶୀଘ୍ର ହେବ । ସହର ର ମୁଖ୍ୟ ସଡ଼କ ଗୁଡ଼ିକ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଥିବା ଯୋଗୁଁ ଅଳ୍ପ କେତୋଟି ଭାରି ଯାନ ଚଳାଚଳ କଲେ ରାସ୍ତା ନଷ୍ଟ ହେଇ ଯାଉଛି । ଗୁଡ଼ାରୀ ସହର ନିକଟସ୍ଥ ସୌରା ସାହି ରୁ ବଂଶଧାରା ସେତୁ କୁ ସଂଯୋଗ କରୁଥିବା ରାସ୍ତା ଏବଂ ନୂତନ ବସ ଷ୍ଟାଣ୍ଡ ଛକ ରୁ ବିର୍ଷା ନାଳ ସେତୁ କୁ ସଂଯୋଗ କରୁଥିବା ରାସ୍ତା ର ଅବସ୍ଥା ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ । ନିୟମିତ ମରାମତି ଓ ରକ୍ଷଣା ବେକ୍ଷଣ ର ଅଭାବ ଯୋଗୁଁ ଏହି ଉଭୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ନାନା ପ୍ରକାର ର ଦୁର୍ଘଟଣା ମଧ୍ୟ ଦେଖିବାକୁ ମିଳୁଛି ।

ସୂଚନା ଥାଉ କି ଗୁଡ଼ାରୀ ବ୍ଲକ ରାୟଗଡ଼ା ଜିଲ୍ଲା ର ଏକ ମାତ୍ର ବ୍ଲକ ଯେଉଁଠି କି ଆଜି ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ର ରାସ୍ତା ପହଞ୍ଚି ପାରିନି । ଏହା ଏକ ଦୁର୍ଭାଗ୍ୟ ଜନକ ବିଷୟ ଓ ଜିଲ୍ଲା ପ୍ରଶାସନ ଓ ପୂର୍ତ୍ତ ବିଭାଗ ର ଗୁଡ଼ାରୀ ପ୍ରତି ଅବହେଳାକୁ ପଦାରେ ପକାଉଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ର ରାସ୍ତା ହୋଇ ଥିବାରୁ ରାସ୍ତା ଶୀଘ୍ର ନଷ୍ଟ ହେଇ ଯାଉଥିବା ଚର୍ଚ୍ଚା ହେଉଛି । ତେଣୁ ଏହି ରାସ୍ତା ଗୁଡ଼ିକୁ ପୂର୍ତ୍ତ ବିଭାଗ କୁ ହସ୍ତାନ୍ତର କରିବା ନିମନ୍ତେ ଦାବୀ ହେଉଛି ।

Popular Articles