ବେଙ୍ଗେଲୋର ଜୁହାର ପରିବାର ପକ୍ଷରୁ ନୂଆଁଖାଇ ଭେଟଘାଟ

ରିପୋର୍ଟ: ଜଗବନ୍ଧୁ ସାହୁ
ବାଙ୍ଗାଲୋର (୧୧/୦୯): ବେଙ୍ଗେଲୋର ଠାରେ ରହୁଥିବା ଓଡ଼ିଆ ଜୁହାର ପରିବାର ପକ୍ଷରୁ ଗତ ୮ ତାରିଖରେ ନୂଆଁଖାଇ ଭେଟଘାଟ ସମାରୋହରେ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶା ର ମାନ୍ୟବର ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ।

ଦୁବାଇ ଠାରେ ଇଞ୍ଜିନିୟରିଂ ଭାବରେ କାର୍ଯ୍ୟରତ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଜମଲା ଗ୍ରାମର ପ୍ରଶାନ୍ତ ମେହେର ନିମନ୍ତ୍ରିତ ଅତିଥି ଭାବରେଯୋଗ ଦେଇଥିଲେ । ତାଙ୍କ ରଚିତ ଦ୍ବିତୀୟ ସମ୍ବଲପୁରୀ କବିତା ବହି ଉନ୍ମୋଚିତ ହୋଇଥିଲା ସମ୍ବଲପୁରୀ ସାହିତ୍ୟ, କବିତା, ଗୀତ, ବାଦ୍ୟ, ନାଚର ଆସର ଜମିଥିଲା । ସେଠାରେ ରହୁଥିବା ହଜାର ହଜାର ପଶ୍ଚିମ ଓଡ଼ିଶା ବାସୀଙ୍କ ସମାଗମ ହୋଇଥିଲା ।

Comments are closed.