ରାମନାଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ଅନ୍ତଃଚିକିତ୍ସା ବିଭାଗ କୋଠା ଉଦଘାଟିତ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡ଼(୧୦/୯/୧୯): ରାୟଗଡା ଜିଲ୍ଲା ରାମନାଗୁଡା ବ୍ଳକ ସଦର ମହକୁମାସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅନୁସୂଚିତ ଜାତି ଜନଜାତି କଲ୍ୟାଣ ମନ୍ତ୍ରୀଙ୍କ ଦ୍ଵାରା ୧୬ଶଯ୍ୟା ବିଶିଷ୍ଟ ଅନ୍ତଃବିଭାଗ କୋଠା ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ରାଜ୍ୟ ସ୍ବାସ୍ଥ୍ୟ କଲ୍ୟାଣ ବୋର୍ଡ଼ ଉପଦେଷ୍ଟା ସୁଧୀର କୁମାର ଦାଶ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଜନସାଧାରଣଙ୍କୁ ସ୍ବାସ୍ଥ୍ୟର ମୌଳିକ ସୁବିଧା ଦେବା ହେଉଛି ଓଡିଶା ସରକାରଙ୍କ ମୂଳ ଲକ୍ଷ୍ୟ, ପ୍ରଥମେ ଲୋକମାନେ ନିଜର ସ୍ୱାସ୍ଥ୍ୟ ପ୍ରତି ନିଜେ ସଚେତନ ହେବାକୁ ପଡିବ ବୋଲି ମନ୍ତ୍ରୀ କହିଥିଲେ | ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ରଜନୀ ମାଣ୍ଡାଙ୍ଗି, ଉପାଧ୍ୟକ୍ଷ ସୂର୍ଯ୍ୟରାଓ କୁମ୍ଭୀରିକା, ପାରିଖିତି ସରପଞ୍ଚ ଗାୟତ୍ରୀ ମାଣ୍ଡାଙ୍ଗି, ରାମନାଗୁଡା ବିଡ଼ିଓ ସୁଧାକର ରଇତ,ଏଡିଏମଓ ବି.ଏଲ.ଏନ ପୁଷ୍ଟି, ଡି଼ପିଏମ୍ ରାଜେଶ ପଟ୍ଟନାୟକ, ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ବି.ଭି.ପୁଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ମନ୍ତ୍ରୀ ଓ ଅତିଥିମାନେ ବିଭିନ୍ନ କୋଠରୀ ଗୁଡ଼ିକ ବୁଲି ଦେଖିବା ସହ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ । ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସ୍ତାନୀୟ ନେତା ଗଗନ ଆଚାର୍ଯ୍ୟ, ରଞ୍ଜନ ନାୟକ ବେହେରା, ମକର ଧୋବା, ଅମିତ ମହାରଣା, କମଳ ମୁଟିକା ସହ ବିଭିନ୍ନ ଗ୍ରାମର ସ୍ଥାନୀୟ ଲୋକମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Comments are closed.