ଓଡ଼ିଶା ରାଜ୍ୟ ସ୍ତରୀୟ ବରିଷ୍ଠ ବ୍ୟାଡମିଣ୍ଟନ ଚାମ୍ପିଆନସିପ ର ଶୁଭାରମ୍ଭ

0
230
ଓଡ଼ିଶା ରାଜ୍ୟ ସ୍ତରୀୟ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୩/୦୯) : ଓଡ଼ିଶା ରାଜ୍ୟ ସ୍ତରୀୟ ବରିଷ୍ଠ ବ୍ୟାଡମିଣ୍ଟନ ଚାମ୍ପିଆନସିପ ର ଆଜି ଶୁଭାରମ୍ଭ ହୋଇଛି ।

ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ଠାରେ ଆୟୋଜିତ ହେଉଥିବା ଓଡ଼ିଶା ରାଜ୍ୟ ସ୍ତରୀୟ ଏହି ଟୁର୍ଣ୍ଣାମେଣ୍ଟ କୁ ଜିଲ୍ଲାପାଳ ସ୍ୱଧା ଦେବସିଂ, ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ଯୋଗଦାନ କରି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜ୍ଵଳନ ଉଦ୍ଘାଟନ କରିଥିଲେ । ଏହି ଟୁର୍ଣ୍ଣମେଣ୍ଟ ଆଜି ତା ୨୩/୦୯/୨୨ ରିଖ ଠାରୁ ଆସନ୍ତା ତା ୨୫/୦୯/୨୨ ରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ରାଜ୍ୟ ର ସମସ୍ତ ୩୦ ଗୋଟି ଜିଲ୍ଲା ର ମୋଟ ୧୮୭ ଜଣ ପ୍ରତିଯୋଗୀ ସେଥିରୁ ୨୩ ଜଣ ମହିଳା ପ୍ରତିଯୋଗୀ ସାମିଲ ଅଛନ୍ତି ।

ଏହି ପ୍ରତିଯୋଗୀତାକୁ ପରିଚାଳନା କରିବା ନିମନ୍ତେ ରାଜ୍ୟ ସ୍ତରରୁ ମାନସ ରଞ୍ଜନ ଦାଶ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶେଖ ଆଲେନୁର, ରାୟଗଡ଼ା ବ୍ୟାଡମିଣ୍ଟନ ସେକ୍ରେଟାରୀ ସୁରେଶ ଚନ୍ଦ୍ର ପଣ୍ଡା, ଡ଼ିଡିସି ସଂଯୋଜକ ମନୋଜ କୁମାର ପାଢୀ, କୋଷାଧ୍ୟକ୍ଷ, ଜେ. ଧର୍ମା, ଉପସଭାପତି ଚାନ୍ଦୁ ଏବଂ ଅନ୍ୟାନ୍ୟ କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ ।