Friday, March 29, 2024

Top 5 This Week

Related Posts

ରଣବା ପଞ୍ଚାୟତରେ ପରିବର୍ତ୍ତନ କାର୍ଯ୍ୟକ୍ରମ

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୨୪/୦୯) : ରାଇକିଆ ବ୍ଲକ ଦୁର୍ଗମ ରଣବା ପଞ୍ଚାୟତ ସମିତିରେ ଗୁରୁବାର କନ୍ଧମାଳ ଜିଲ୍ଲାପାଳଙ୍କ ଅଭିନବ କାର୍ଯ୍ୟକ୍ରମ ପରିବର୍ତ୍ତନ ଅନୁଷ୍ଠିତ ହୋଇଯାଇଛି ।

କାର୍ଯ୍ୟକ୍ରମରେ ଶିକ୍ଷା ଓ ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ ର ଯୋଜନା ସମ୍ପର୍କିତ ସଚେତନତା କରାଯିବା ସହ ସାଧାରଣ ଲୋକ ଯେପରି ସବୁ ଯୋଜନା ର ସୁବିଧା ପାଇ ପାରିବେ ବୋଲି ସେ ନେଇ ବିଭାଗୀୟ ଅଧିକାରୀ ମାନେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ରଣବା ପଞ୍ଚାୟତ ବାସୀଙ୍କୁ ସାମିଲ କରାଯିବା ସହ ପ୍ରଶାସନିକ ବ୍ୟବସ୍ଥା କୁ ସରଳ ଭାବେ ଲୋକଙ୍କ ପାଖରେ ଯେପରିକି ପହଞ୍ଚି ପାରିବ ସେ ନେଇ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଥିବା ବିଡ଼ିଓ ଶରତ ପାତ୍ର ସୂଚନା ଦେଇଥିଲେ ।

ଅନ୍ୟ ପକ୍ଷରେ ବ୍ଲକ ର ସବୁଠାରୁ ଦୁର୍ଗମ ରଣବା ପଞ୍ଚାୟତ ପ୍ରଥମ ଥର ପାଇଁ ଏହିପରି କାର୍ଯ୍ୟକ୍ରମ ହେଉଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା । ବ୍ଲକ ଅଧ୍ୟକ୍ଷ ପ୍ରିତମ ପ୍ରଧାନ, ସ୍ଥାନୀୟ ଲୋକ ପ୍ରତିନଧି ମାନଙ୍କ ସମେତ ବିଭିନ୍ନ ବିଭାଗ ର ଅଧିକାରୀ ସାମିଲ ହୋଇଥିଲେ ।

Popular Articles