Related Contents

କାଶୀପୁରଠାରେ “ପଲ୍ଲୀରେ ପ୍ରଶାସନ” ୫T ସଚେତନ ଶିବିର, ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି

ରିପୋର୍ଟ: ଦେବେନ୍ଦ୍ର ନାୟକ
କାଶୀପୁର(୧୦/୯): ରାୟଗଡା ଜିଲ୍ଲା କାଶୀପୁର ସଦର ମହକୁମା ଠାରେ କାଶୀପୁର ସମିତି ଅନ୍ତର୍ଗତ ଦୁଇଟି କାଶୀପୁର ଓ ଖୁରି ଗାଁ ଗ୍ରାମ ପଞ୍ଚାୟତର “ପଲ୍ଲୀରେ ପ୍ରଶାସନ” ଅଭିଯୋଗ ଶୁଣାଣି ହେଇଯାଇଛି । ପ୍ରକାଶ ଥାଉକି କାଶୀପୁର ବ୍ଲକରେ ପ୍ରତି ତିନି ମାସରେ ଥରେ ଜିଲ୍ଲାପାଳଙ୍କ ଦ୍ୱାରା ଜନ ଶୁଣାଣି ଚାଲି ଆସୁଅଛି । କିନ୍ତୁ ଏହା ଧାର୍ଯ୍ୟ ସମୟ ହେଉଥିବାରୁ ଅଞ୍ଚଳର ଲୋକେ ବହୁ ଦୂର ଦୁରାନ୍ତ ରୁ ଆସି ସୁଯୋଗରୁ ବଞ୍ଚିତ ହେଉଛନ୍ତି ।

ଏସବୁ ନଜ଼ରରେ ରଖି ଜନସାଧାରଣଙ୍କ ସୁଵିଧା ପାଇଁ “ପଲ୍ଲୀରେ ପ୍ରଶାସନ” ଏକ ପ୍ରକାର ଲୋକଙ୍କ ମଧ୍ୟରେ ସେବା ପାଇବାରେ ନିକଟତର ହେବା ଉଦେଶ୍ୟରେ ଅନୁଷ୍ଠିତ ହେଇଛି | ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ବଳରାମ ପାତ୍ରଙ୍କ ସ୍ୱାଗତ ଭାଷଣ ପରେ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ବେଦବୋର ପ୍ରଧାନ ଏହି କାର୍ଯ୍ୟକ୍ରମରେ ୫T ସଂପର୍କିତ ପାଞ୍ଚ ଟି ସରକାରୀ ଯୋଜନା ଉପରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ପରବର୍ତ୍ତୀ ସମୟରେ ବ୍ଲକ ପ୍ରଶାସନ ଦ୍ୱାରା ଉକ୍ତ ଦୁଇଟି ଗ୍ରାମ ପଞ୍ଚାୟତର ମୋଟ ୬୨ ଟି ” ବିଭିନ୍ନ ଆବାସ ଯୋଜନା, ଗାଈ ଗୁହାଳ, ଗ୍ରାମ୍ୟ ସଡକ, ପାଣି ଓ ବିଭିନ୍ନ ଭତ୍ତା ସମ୍ପର୍କରେ ଅଭିଯୋଗ ଶୁଣାଣି କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ମଧ୍ୟରେ କାଶୀପୁର ତହସିଲଦାର ଶ୍ରୀ ସୌଭାଗ୍ୟ ବେହେରା, ବ୍ଲକ ଅଧ୍ୟକ୍ଷା ରୁଆଇ ମାଝୀ, କାଶୀପୁର ସରପଞ୍ଚ ଶ୍ରୀମତୀ ବିମଳା ମାଝି, ଖୁରୀ ଗାଁ ସରପଞ୍ଚ ଶ୍ରୀମତି ସୁଖ ଦେଇ ମାଝି ଓ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

This site uses Akismet to reduce spam. Learn how your comment data is processed.