ନବ ନିଯୁକ୍ତ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କୁ ସାମ୍ବାଦିକ ସଂଘ ର ସ୍ୱାଗତ

0
332
ନବ ନିଯୁକ୍ତ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨୩/୦୯) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ଠାରେ ନବ ନିଯୁକ୍ତ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଭାବେ ଶ୍ରୀମତି ମଧୁସିକ୍ତା ମିଶ୍ର ବୁଧବାର ଯୋଗଦାନ କରିଥିବା ବେଳେ ଆଜି ଭୈରବ ସମ୍ବାଦିକ ସଙ୍ଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି ।

ସାମ୍ବାଦିକ ସଙ୍ଘ ର ସଭାପତି ବିଶ୍ୱଜିତ ପାଣିଗ୍ରାହୀ, ଉପସଭାପତି ସୁଶାନ୍ତ ପଣ୍ଡା, ସମ୍ପାଦକ ଏସ. ସୁନ୍ଦରମ୍, ସହ ସମ୍ପାଦକ ସୁଦର୍ଶନ ପ୍ରଧାନ, କୋଷାଧ୍ୟକ୍ଷ ରବିଶଙ୍କର ମହାପାତ୍ର, ବିଶ୍ୱଜିତ ପାଣିଗ୍ରାହୀ, ଚିଣ୍ଟୁ ପଣ୍ଡା, ରାମ ଚନ୍ଦ୍ର ନାୟକ ପ୍ରମୁଖ ପୁଷ୍ପଗୁଚ୍ଛ ପ୍ରଦାନ କରି ନବ ନିଯୁକ୍ତ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କୁ ସ୍ୱାଗତ ଜଣାଇଥିଲେ । ଗଣମାଧ୍ୟମ ପ୍ରତିନିଧି ମାନେ ଅଞ୍ଚଳରେ ଲାଗି ରହିଥିବା ଟ୍ରାଫିକ ସମସ୍ୟା, ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ସାମୁହିକ ସମସ୍ୟା ପ୍ରତି SDPO ଙ୍କ ଧ୍ୟାନ ଆକର୍ଷଣ କରିଥିଲେ l ଏ ଦିଗରେ ତ୍ୱରିତ ପଦକ୍ଷେପ ନେବେ ବୋଲି ଆରକ୍ଷୀ ଅଧିକାରୀ ପ୍ରତିଶ୍ରୁତି ପ୍ରଦାନ କରିଥିବା ଜଣାପଡିଛି ।