Advertisements
Tuesday, July 7, 2020
Home Government News ଭଙ୍ଗା କୁଡ଼ିଆରେ ବିତୁଛି ୭ ଜୀବନ, ଆବାସ ଯୋଜନା ସାତସପନ

ଭଙ୍ଗା କୁଡ଼ିଆରେ ବିତୁଛି ୭ ଜୀବନ, ଆବାସ ଯୋଜନା ସାତସପନ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଏ.ସତୀଶ
ନବରଙ୍ଗପୁର(୧୦/୦୯): ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସମାଜର ଅବହେଳିତ ଗରିବ ଓ ନିରାଶ୍ରୟ ଲୋକଙ୍କୁ ମୁଣ୍ଡ ଗୁଞ୍ଜିବା ନିମନ୍ତେ ରାଜ୍ୟ ସରକାର ବିଜୁପକ୍କା ଘର ଯୋଜନା ଓ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।

କୌଣସି ଗରିବ ପରିବାର ଯେମିତି ଏହି ଯୋଜନାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ପ୍ରତି ମାସରେ ଜିଲ୍ଲାସ୍ତରୀୟ ସମୀକ୍ଷା କରାଯିବା ସହ ଅତିଶୀଘ୍ର ଘର ତିଆରି କଲେ ସରକାର ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି । ହେଲେ ଏହି ଯୋଜନା ସୁଫଳ କେତେଦୂର ହିତାଧିକାରୀଙ୍କ ପାଖରେ ପହଞ୍ଚିଛି ତାହାର ଏକ ନିଚ୍ଛୁକ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ମୈଦାଲପୁର ଗ୍ରାମ ପଂଚାୟତର ଚାରମୁଲା ଗାଁରେ । ଗ୍ରାମର ଅର୍ଜୁନ ଗୌଡ଼ (୪୫) , ସ୍ତ୍ରୀ ଗୌରୀମଣି ଗୌଡ଼ (୪୦) , କୁନି ଗୌଡ଼ (୧୩) , ଚୈତନ୍ୟ ଗୌଡ଼ , ଅମର ଗୌଡ଼ , ବନିତା ଗୌଡ଼ ଓ ରାମ ଗୌଡ଼ ଏମାନେ ଅତି ଦୟନୀୟ ଅବସ୍ଥାରେ ଏକ ଭଙ୍ଗା କୁଡ଼ିଆରେ ଜୀବନ ବିତାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏମାନଙ୍କ ପାଇଁ ଆବାସ ଯୋଜନା ସାତସପନ ହୋଇଛି । ଏହି ଭଙ୍ଗା କୁଡ଼ିଆରେ ଶୋଇବା , ଖାଇବା , ରନ୍ଧାବଡା କରୁଥିବା ଦେଖିବାକୁ ମିଳିଛି ।

ସାତ ସଦସ୍ୟ ପରିବାର ପ୍ରତିପୋଷଣ ଲାଗି ଅର୍ଜୁନ ଗୌଡ଼ ପକ୍ଷେ କଷ୍ଟକର ହୋଇପଡିଛି । ଆଜିକୁ ପ୍ରାୟ ୪ ବର୍ଷ ହେବ ସ୍ୱାମୀ ଅର୍ଜୁନ ଗୌଡ଼ ଦେହ ଅସୁସ୍ଥ ହୋଇପଡିଛି ସେ କୌଣସି କାମଧନ୍ଦା କରିପାରୁ ନ ଥିବାରୁ ପରିବାର ଚାଳିବାରେ ବହୁ କଷ୍ଟ ହେଉଛି ବୋଲି ଗୋୖରୀମଣି ଗୌଡ଼ କହିଛନ୍ତି । ବିଡ଼ମ୍ବନାର ବିଷୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସରକାର ପକ୍ଷରୁ ପରିବାରର ସାତ ଜଣକୁ କେବଳ ୨୫ କେଜି ଚାଉଳ ଯୋଗାଇ ଦିଆଯାଇଛି । ଘରର ଅଭାବ ଆର୍ଥିକ ଅନାଟନ ଯୋଗୁଁ ଝିଅ କୁନି ଗୌଡ଼ ସପ୍ତମ ଶ୍ରେଣୀ ଅଧାରୁ ପାଠପଢ଼ା ଛାଡି କୁଳିକାମ କରି ଘରର ଭରଣ ପୋଷଣ କରୁଥିବା ଗ୍ରାମବାସୀ କହିଛନ୍ତି । ସରକାରୀ ଯୋଜନାରେ ଘର ଖଣ୍ଡିଏ ପାଇବାପାଇଁ ବହୁବାର ସ୍ଥାନୀୟ ସରପଞ୍ଚ ସମେତ ବ୍ଲକ ପ୍ରଶାସନ ନିକଟରେ ଗୁହାର କରିଥିବା ବେଳେ କୌଣସି ସୁଫଳ ମିଳିନଥିବା ଗ୍ରାମର ମୁକୁନ୍ଦ ପୂଜାରୀ କହିଛନ୍ତି । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେଇ ଅର୍ଜୁନ ଗୌଡ଼କୁ ବାସଗୃହ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିନା ଅସ୍ତ୍ରଶସ୍ତ୍ରରେ କରୋନା ଯୋଦ୍ଧା ସାଜିଛନ୍ତି ହୋମିଓପାଥି ଏବଂ ଆୟୁର୍ବେଦ ଡାକ୍ତର !!!

ରିପୋର୍ଟ: ରାକେଶ ମହାରଣା //କୋଦଳା (୦୬/୦୭): ବିଶ୍ୱ ମହାମାରି କୋଭିଡ୍ - ୧୯ ମୁକାବିଲା କରିବା ପାଇଁ ,ଜାତୀୟ ସ୍ୱାସ୍ଥ୍ୟ ମିଶନ ରେ କାର୍ଯ୍ୟରତ ଚୁକ୍ତି ଭିତ୍ତିକ ଆୟୁଷ...

ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ପରେ କଲମପୁର ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ଶଟଡାଉନ୍ ଘୋଷଣା

ରିପୋର୍ଟ: ମାନସ ରଞ୍ଜନ ରାଉତ //କଳାହାଣ୍ଡି (୦୫/୦୭): କଳାହାଣ୍ଡି ଜିଲ୍ଲା କଲମପୁର ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ। ଏହି ପଞ୍ଚାୟତର ଗଞ୍ଜେଇଗୁଡ଼ା, ବରଗାଁ,...

ପାଗଳଙ୍କ ଉନ୍ମତକାଣ୍ଡ ଲାଗି ଘର ଜଳିଲା, ୧୦ ଛେଳି ଜୀବନ ଗଲା

ରିପୋର୍ଟ: ଏନ ସନ୍ତୋଷ କୁମାର //ବୈପାରୀଗୁଡା (୦୬/୦୭): ପାଗଳ ପ୍ରକୃତି ବ୍ୟକ୍ତି ନିଜ ଘରକୁ ନିଜେ ନିଆଁ ଲଗାଇ ଜlଳିଦେଇଥିବା ପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି...

Recent Comments

%d bloggers like this: