ବିନିକାରେ ଗୀତା ଜ୍ଞାନ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ

ରିପୋର୍ଟ: ଧ୍ରୁବରାଜ ମିଶ୍ର
ବିନିକା(୦୮/୦୯): ବିନିକା ନୂଆଁ ବଜାର ସ୍ଥିତ ଚନ୍ଦ୍ରମା ସଭାଗୃହ ଠାରେ ସନାତନ ଧର୍ମ ଜୀବନ ଓ ଇଂଲାଇଟମେ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଗୀତାଜ୍ଞାନ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ସନାତନ ଧର୍ମ ଜୀବନର ନିର୍ଦ୍ଦେଶକ ହାଇଦ୍ରାବାଦର ମା ବ୍ରହ୍ମାନନ୍ଦମୟୀଙ୍କ ନିର୍ଦ୍ଦେଶରେ ଅନୁଷ୍ଠିତ ହୋଇଯାଇଛି ।

ସନାତନ ଧର୍ମ ଜୀବନର ଉପଦେଷ୍ଟା ହରିଦ୍ବାରର ବ୍ରହ୍ମଚାରୀ ବନମାଳୀ ଜୀଙ୍କ ନେତୃତ୍ବରେ ଗୀତା ପ୍ରଚାର ଭାବାତୀତ
ଧ୍ୟାନ, ଆୟୁର୍ବେଦ, ଗୋ ରକ୍ଷା, ବୈଦିକ କୃଷି ଉପରେ ଆଲୋକପାତ କରିଥିଲେ । ଗୋପାଳ ଚରଣ ପୂଝାରୀଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଇଂଲାଇଟମେ ଟ୍ରଷ୍ଟ ହାଇଦ୍ରାବାଦର ସଭାପତି ଡ଼. ଦନାର୍ଦ୍ଦନ ରେଡ୍ଡୀ, ପୁରୀ ଜିଲ୍ଲା ନିମାପଡ଼ାର ଧ୍ୟାନ ଶିକ୍ଷକ ଦୁର୍ଯ୍ୟୋଧନ ପରିଡ଼ା, ଢେଙ୍କାନାଳର ଭବାନୀ ଶଙ୍କର, ଚରଦା ସରପଞ୍ଚ ସଦାନନ୍ଦ ଥନାପତି , ଚରଦା ଗ୍ରାମ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦ୍ବିତିକୃଷ୍ଣ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ଏଥିରେ ଫୁଲମୁଠି, ସାହାଜବାହାଲ, ଚରଦା, ସିଂହିଯୁବା, ବିଶଲପାଲି ପ୍ରଭୃତି ଆଖପାଖ ଗାଁର ଶତାଧିକ ପୁରୁଷ ମହିଳା ଭକ୍ତଙ୍କ ସମାଗମ ହୋଇଥିଲା ।

Comments are closed.