Thursday, March 28, 2024

Top 5 This Week

Related Posts

ନୂଆ ନମ୍ବର ପ୍ଲେଟ୍‌ ଟେନ୍‌ସନ୍‌ : ପାଖେଇଲାଣି ଡେଡ୍‌ଲାଇନ୍‌ ହେଲେ ମିଳୁନି ଡେଟ୍‌

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୩/୦୯) : ତାରିଖ ପାଖଉଛି ହେଲେ ମିଳୁନି ଡେଟ୍ । ନୂଆ ନମ୍ବର ପ୍ଲେଟ୍‌ କେମିତି ଲାଗିବ ? ତାକୁ ନେଇ ଏବେ ଚିନ୍ତାରେ ଗାଡ଼ି ମାଲିକ । କାରଣ ସମୟ ଯେତେ ବିତୁଛି ଡେଡ୍‌ଲାଇନ୍ ସେତେ ପାଖଉଛି ।

ନିର୍ଦ୍ଧାରିତ ସମୟ ପୂର୍ବରୁ ନୂଆ ନମ୍ବର ପ୍ଲେଟ୍‌ ନ ବଦଳାଇଲେ ଗଣିବାକୁ ପଡ଼ିବ ମୋଟା ଜୋରିମାନା । ତେଣୁ ଟେନ୍‌ସନ୍‌ ଅଧିକ ବଢ଼ି ଚାଲିଛି । ୧, ୨, ୩, ୪ ରେ ଶେଷ ହେଉଥିବା ଗାଡ଼ି ନମ୍ବର ପାଇଁ ସେପ୍ଟେମ୍ବର ୩୦ ନୂଆ ନମ୍ବର ପ୍ଳେଟ୍ ଲଗାଇବାର ଶେଷ ଦିନ । ନ ଲଗାଇଥିଲେ ଅକ୍ଟୋବର ପହିଲାରୁ ୧୦ ହଜାର ଟଙ୍କା ଜରିମାନା ଗଣିବାକୁ ପଡିବ । ହେଲେ ନୂଆ ନମ୍ବର ପ୍ଲେଟ୍ ପାଇଁ ବୁକିଂ ହୋଇପାରୁନି । କେଉଁଠି ମାସେ ତ୍ ପୁଣି କେଉଁଠି ଦୁଇ ମାସ ପରେ ଡେଟ୍ ମିଳୁଛି । ଯାହା ଏବେ ଗାଡି ଚାଳକଙ୍କ ଅଧିକ ଚିନ୍ତା ବଢ଼ାଇ ଦେଇଛି । ଏଭଳି ସ୍ଥିତିରେ ଯେଉଁମାନେ ସେପ୍ଟେମ୍ବର ଶେଷ ସୁଦ୍ଧା ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ପାଇଁ ଆବେଦନ କରୁଛନ୍ତି, ସେମାନଙ୍କୁ ସରକାର ରିହାତି ଦିଅନ୍ତୁ ବୋଲି ଗାଡ଼ି ମାଲିକମାନେ ଦାବି କରିଛନ୍ତି ।

ଏପଟେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ତିଆରି କରୁଥିବା କମ୍ପାନିଙ୍କ କହିବା କଥା, ଅକ୍ଟୋବରରୁ ନିୟମକୁ କଡ଼ାକଡ଼ି କରିବା ଲାଗି ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି ସ୍ପଷ୍ଟ କରିବା ପରେ ବଢ଼ିଛି ଆବେଦନ । ଏହାକୁ ଦୃଷ୍ଟିରେ ରଖି ସେମାନେ ଏହି ନମ୍ବର ପ୍ଲେଟ୍‌ ର ଉତ୍ପାଦନ ବି ବଢ଼ାଇଛନ୍ତି । କିନ୍ତୁ ଆଗକୁ ପାର୍ବଣ ଥିବାରୁ ଡିଲରମାନେ ଗାଡ଼ି ବିକ୍ରିରେ ବ୍ୟସ୍ତ ରହିବେ । ଏହାଛଡ଼ା ଅନେକ ଛୁଟିଦିନ ରହିବ । ତେଣୁ ସେମାନେ ଏଚ୍ଏସ୍ଆର୍‌ପି ର ଯୋଗାଣ ର ଏକ ସପ୍ତାହ ୱେଟିଂ ପିରିୟଡକୁ ୧୫ ଦିନ ଯାଏଁ ବଢ଼ାଇଛନ୍ତି ।

ସେହିଭଳି ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି କହିଛି, ୧ ଓ ୨ ରେ ଶେଷ ହେଉଥିବା ଗାଡ଼ି ନମ୍ବର ପାଇଁ ଅଗଷ୍ଟ ୩୧ ଯାଏଁ ସମୟ ଦିଆଯାଇଥିଲା । କିନ୍ତୁ ଗତ ମାସରେ ବନ୍ୟା କାରଣରୁ ଏ ଅବଧିକୁ ସେପ୍ଟେମ୍ବର ଯାଏଁ ବଢ଼ାଯାଇଛି । ଆଗକୁ ଆଉ ଡେଡ୍‌ଲାଇନ୍‌ ବଢ଼ିବନି । କିନ୍ତୁ ୱେଟିଂ ପିରିୟଡ ବଢ଼ୁଥିବାରୁ ଜରିମାନା ଆଦାୟ କରାଯିବ କି ନାହିଁ ସରକାର ଉପଯୁକ୍ତ ସମୟରେ ନିଷ୍ପତ୍ତି ନେବେ ।

ସୂଚନା ଅନୁସାରେ, ପୁରୁଣା ନମ୍ବର ପ୍ଲେଟ୍ ବଦଳାଇବା ପାଇଁ ଏବେ ଦିନକୁ ୫୦ ହଜାରରୁ ଅଧିକ ଆବେଦନ ଆସୁଛି । ପ୍ରତିଦିନ ୧୩ ହଜାରରୁ ଅଧିକ ପ୍ଲେଟ୍ ଲାଗୁଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୨ ଲକ୍ଷ ୬୦ ହଜାରରୁ ଅଧିକ ଆବେଦନ ଆସିଥିବା ବେଳେ ୬ ଲକ୍ଷ ୫୧ ହଜାର ଗାଡ଼ିରେ ଏଚ୍ଏସ୍ଆର୍‌ପି ଲାଗି ସାରିଲାଣି ।

Popular Articles