ବିନିକା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବିଭାଗ ସ୍ତରୀୟ ବିଜ୍ଞାନ ମେଳା ଉଦଯାପିତ

ରିପୋର୍ଟ: ଧ୍ରୁବରାଜ ମିଶ୍ର
ବିନିକା(୦୮/୦୯): ବିନିକା ଶିଶୁ ମନ୍ଦିର ଠାରେ ୨ଦିନ ଧରି ଚାଲିଥିବା ବିଭାଗ ସ୍ତରୀୟ ସୋନପୁର ଓ ବୌଦ୍ଧ ଜିଲ୍ଲାର ଜ୍ଞାନ ବିଜ୍ଞାନ ମେଳା ଉଦଯାପିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଆଦିତ୍ୟ ପ୍ରସାଦ ପଣ୍ଡାଙ୍କ ସଭାପିତ୍ବରେ ଅନୁଷ୍ଠିତ ଏହି ବିଜ୍ଞାନ ମେଳାରେ ମୁଖ୍ୟ ଅତିଥିଭାବେ ସୁବର୍ଣ୍ଣପୁର ବିଭାଗ ପ୍ରମୁଖ ରାଜକୁମାର ପ୍ରଧାନ ଯୋଗ ଦେଇଥିଲେ ଓ ସମ୍ମାନୀତ ଅତିଥି ଭାବେ ବୀରମହାରାଜପୁର ସଂକୁଳ ସଂଯୋଜକ ବଳରାମ ପୂଝାରୀ, ରାମପୁର ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଲିଙ୍ଗରାଜ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ଉଭୟ ଜିଲ୍ଲାର ୪୨ଟି ବିଦ୍ୟା ବିଦ୍ୟାଳୟରୁ ୯୬ଜଣ ଛାତ୍ର ଓ ୭୪ ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ୧୭ଜଣ ପରିଚାଳକ, ଗୁରୁଜୀ ଗୁରୁମା ଓ ୧୩ଳଣ ବିଚାରକ ଭାବେ ବିଜ୍ଞାନ ଶିକ୍ଷକ ଯୋଗଦାନ କରିଥିଲେ । ସମସ୍ତ ବିଦ୍ୟାଳୟରୁ ଶିଶୁ ଦାୟିତ୍ୱରେ ଆସିଥିବା ୩୭ ଜଣ ଗୁରୁଜୀ ଗୁରୁମା ଯୋଗଦେଇଥିଲେ । ସୁବର୍ଣ୍ଣପୁର ବିଭାଗ ନିରିକ୍ଷକ ଗୁପ୍ରେଶ୍ଵର ଥନାପତି, ବିନିକା ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ସା ଏହି କାର୍ଯ୍ୟକ୍ରମକୁ ପରିଚାଲନା କରିଥିଲେ । ଏଥିରେ ଏହି ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକା, ଓ କର୍ମଚାରୀ ସହଯୋଗ କରିଥିଲେ ।

Comments are closed.