Friday, March 29, 2024

Top 5 This Week

Related Posts

ବାଉଁଶ ହସ୍ତଶିଳ୍ପ ପୁଞ୍ଜସ୍ତରୀୟ କର୍ମଶାଳା

ରିପୋର୍ଟ : ଧ୍ରୁବରାଜ ମିଶ୍ର ବିନିକା
ସୁବର୍ଣ୍ଣପୁର, (୨୨/୯) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ନିୟନ୍ତ୍ରିତ ବଜାର କମିଟି ପରିସରରେ ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା ର ଆର୍ଥିକ ସହଯୋଗରେ ଆଜି ଏକ ବାଉଁଶ ହସ୍ତଶିଳ୍ପ ପୁଞ୍ଜସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ସହକାରୀ ନିର୍ଦ୍ଦେଶକ (ହସ୍ତଶିଳ୍ପ) ବିଷ୍ଣୁପଦ ମାରାଣ୍ଡି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଉପାଧ୍ୟକ୍ଷା ତପସ୍ୱିନୀ ମେହେର ଯୋଗଦେଇ ସୁବର୍ଣ୍ଣପୁର ଜିଲ୍ଲାରେ ବାଉଁଶ ହସ୍ତଶିଳ୍ପ ର ବିକାଶ ପାଇଁ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ ସହିତ ଉନ୍ନତ ମାନର ସାମଗ୍ରୀ ତିଆରି କଲେ ତାହାର ବଜାର ମୂଲ୍ୟ ବଢିବା ସହିତ କାରିଗର ମାନେ ଆର୍ଥିକ ସ୍ତରରେ ଲାଭ ପାଇପାରିବେ । ମାତ୍ର ଏଥି ନିମନ୍ତେ କାରିଗର ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ ର ଆବଶ୍ୟକତା ରହିଥିବା ଉଲ୍ଲେଖ କରିଥିଲେ ।

ସମ୍ମାନୀତ ଅତିଥି ଭାବରେ ବିନିକା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଜ୍ଞା ପୂଜାରୀ ଯୋଗଦେଇ ମହିଳା ମାନେ କିଭଳି ସ୍ୱାବଲମ୍ବୀ ହୋଇପାରିବେ ସେ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ବିନିକା ବନପାଳ ଡମ୍ବରୁଧର ପ୍ରଧାନ ଯୋଗଦେଇ କାରିଗର ମାନଙ୍କ ପାଇଁ ବନ ବିଭାଗ ତରଫରୁ ମିଳୁଥିବା ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ l

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ମିଶନ ଶକ୍ତି କାର୍ତ୍ତିକ ଚନ୍ଦ୍ର ନାୟକ ଯୋଗ ଦେଇ ସ୍ଵଂୟ ସହାୟକ ଗୋଷ୍ଠୀ ମାନେ କିଭଳି ହସ୍ତ ଶିଳ୍ପ କାମରେ ରୋଜଗାର ର ମାଧ୍ୟମ ତଥା ବଜାର ର ଉପଲବ୍ଧ ପାଇବେ ସେ ଉପରେ କହିଥିଲେ । ଏହି କାର୍ଯ୍ୟକ୍ରମ କୁ ହସ୍ତଶିଳ୍ପ ବିକାଶ ଅଧିକାରୀ ଦେବାଶିଷ ମିଶ୍ର ପରିଚାଳନା କରିଥିଲେ ।

ଏହି ଉପଲକ୍ଷେ ଏକ ବାଉଁଶ ସାମଗ୍ରୀ ର ପ୍ରଦର୍ଶନୀ କରାଯାଇଥିଲା । ଏଥିରେ ଜିଲ୍ଲାରୁ ୧୪୦ ରୁ ଉର୍ଦ୍ଧ୍ୱ ବାଉଁଶ କାରିଗର ଯୋଗ ଦେଇଥିଲେ । ବିକାଶ ଅଧିକାରୀ ସମୀର ମୁଦୁଲି ସରକାରୀ ସୁବିଧା ସୁଯୋଗ ତଥା କାରିଗରଙ୍କ ପାଇଁ ଉପଲବ୍ଧ ସରକାରୀ ଯୋଜନା ଉପରେ କାରିଗରମାନଙ୍କୁ ବୁଝାଇଥିଲେ । ଶେଷରେ ବିନିକା ଶିଳ୍ପ ବିକାଶ ଅଧିକାରୀ ଅଭିଜିତ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ ।

Popular Articles